କୁତୁରଙ୍ଗ ପଂଚାୟତ ସରପଂଚ ସୀତାସୁନ୍ଦରୀ ଏଚ.ଡି.ଏଫ.ସି.ବ୍ୟାଙ୍କ ପକ୍ଷରୁ ସମ୍ବର୍ଦ୍ଧିତ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କୁତୁରଙ୍ଗ ପଂଚାୟତର ସରପଂଚ ସୀତାସୁନ୍ଦରୀ ମଲ୍ଲିକଙ୍କୁ ଏଚ.ଡି.ଏଫ.ସି.ବ୍ୟାଙ୍କ,କେନ୍ଦ୍ରାପଡା ଶାଖା ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । କରୋନା ମହାମାରୀ ସଂକ୍ରମଣ ସମୟରେ ନିଜ ଜୀବନକୁ ବିପନ୍ନକରି ପଂଚାୟତର ଜନସାଧାରଣ ଓ ପଂଚାୟତ ସଙ୍ଗରୋଧ କେନ୍ଦ୍ରରେ ରହୁଥିବା ପ୍ରବାସୀମାନଙ୍କର ସଫଳ ସେବା କରିଥିବା ଯୋଗୁଁ ସରପଂଚ ଶ୍ରୀମତୀ ମଲ୍ଲିକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ଏଚ.ଡି.ଏଫ.ସି.ବ୍ୟାଙ୍କର କେନ୍ଦ୍ରାପଡା ଶାଖା ପରିଚାଳକ ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ବ୍ୟାଙ୍କର ଷ୍ଟାଫମାନେ ଉପସ୍ଥିତ ଥିଲେ ।