କୁନିଶିଳ୍ପୀଙ୍କ ତୂଳୀରେ ସଂକ୍ରାନ୍ତିର ଶ୍ରେଷ୍ଠପର୍ବ ମକର
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :ଆଜି ହେଉଛି ପବିତ୍ର ମକର ସଂକ୍ରାନ୍ତି । ବନ୍ଧୁମିଳନ, ଭାଇଚାରା ଓ ସଂକ୍ରାନ୍ତିର ଶ୍ରେଷ୍ଠ ପର୍ବ ମକରକୁ ତୂଳୀରେ ତୋଳି ଧରିବାକୁ ପ୍ରୟାସ କରିଛନ୍ତି ଭୁବନେଶ୍ୱର ପୋଖରୀପୁଟ ଅଞ୍ଚଳର ୮ବର୍ଷ ବୟସର ବାଳକ ତଥା କୁନି ଚିତ୍ରଶିଳ୍ପୀ ଶାନ୍ତନୁ ଶାନ୍ତିସ୍ୱରୂପ । ଏହି ଅବସରରେ ବିଭିନ୍ନ ରଙ୍ଗକୁ ବ୍ୟବହାର କରି ଆଙ୍କିଛନ୍ତି ଏକ ସୁନ୍ଦର ଆକର୍ଷଣୀୟ ଗୁଡ଼ି । ସଂକ୍ରାନ୍ତିର ବୈଶିଷ୍ଟ୍ୟତା ସହ ଜଡ଼ିତ ଏହି ଗୁଡ଼ିକୁ ନେଇ ସେ କୁହନ୍ତି ଖୋଲା ପଡ଼ିଆ, ନଦୀପଠା ଇତ୍ୟାଦି ସ୍ଥାନରେ ଗୁଡ଼ି ଉଡ଼ାନ୍ତୁ । ମାଞ୍ଜାସୂତା, ନାଇଲନ୍ ସୂତା ଏବଂ ଚାଇନିଜ୍ ସୂତା ଜମା ବ୍ୟବହାର କରନ୍ତୁ ନାହିଁ । ସରକାରଙ୍କ କରୋନା କଟକଣା ମାନି ଏହାକୁ ପାଳନ କରନ୍ତୁ । ସୂଚନାଯୋଗ୍ୟ ଶାନ୍ତନୁ ସରକାରୀ ପ୍ରାଥମିକ ବିଦ୍ୟାଳୟ ଅରିଶଲର ଦ୍ୱିତୀୟ ଶ୍ରେଣୀର ଛାତ୍ର । ବିଭିନ୍ନ ପର୍ବପର୍ବାଣୀ ଏବଂ ଜାତୀୟ ଦିବସରେ ଚିତ୍ର ମାଧ୍ୟମରେ ନିଜକୁ ସାମିଲ୍ କରି ଜନସଚେତନତା ସୃଷ୍ଟି କରିଥାନ୍ତି । କଅଁଳ ବୟସରେ ଶାନ୍ତନୁଙ୍କ ଏହି ଉଦ୍ୟମକୁ ବିଭିନ୍ନ ମହଲରେ ପ୍ରଶଂସା କରାଯିବା ସହ ସ୍ୱାଗତ ବି କରାଯାଇଛି ।


