‘କୁନି କଲମର କରାମତ୍‍’ ଗଳ୍ପପୁସ୍ତିକା ଲୋକାର୍ପିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):୭ବର୍ଷର କୁନିଲେଖକ ଅଂଶ ଦାସନାୟକଙ୍କ ଗଳ୍ପପୁସ୍ତିକା ‘କୁନି କଲମର କରାମତ୍‍’ ୨୯ ତାରିଖ ପୂର୍ବାହ୍ନ ୧୦ଟାରେ ସାରାଓଡିଶା ଭାଷା-ସାହିତ୍ୟ-କଳା-ସଂସ୍କୃତି ମହାସଭାର ଦ୍ୱିତୀୟ ସମ୍ମିଳନୀ ସଭାମଞ୍ଚରେ ଓଡିଶାର ସୁନାମଧନ୍ୟଶିକ୍ଷାବିତ୍‍, ସଂଗୀତକାର, ଗୀତିକବି ନନ୍ଦକିଶୋର ସିଂ ଲୋକାର୍ପଣ କରିଛନ୍ତି । ଏହି ଲୋକାର୍ପଣ ମଞ୍ଚରେ ଅଂଶଙ୍କପିତା ଆକାଶ ଦାସନାୟକ, ମାତା ଶୁଭ୍ରାଜ୍ୟୋତି ଦାସନାୟକ, ବୁଢାବାପା ମାୟାଧର ନାୟକ, ବୁଢୀମା ଇନ୍ଦିରା ଦାସ, ସାନଭାଇ ଦେଶାନ୍‍ ଉପସ୍ଥିତ ଥିଲେ । କୁନି ଲେଖକ ଅଂଶ ପ୍ରଥମେ ସମସ୍ତଙ୍କୁ ନମସ୍କାର କରି କହିଲେ – ଏ ଗଳ୍ପ ବହିଟି ମୁଁ ଲେଖିଛି । ମୁଁ ଛୁଆବେଳୁ ଦେଖିଆସୁଛି ମୋ ବାପା (ବୁଢାବାପା) ବହୁତ ବଡବଡ ବହି ଲେଖୁଛନ୍ତି, ମୋ ବାବା (ପିତା) ବହୁତ ମୋଟାମୋଟା ବହି ପଢୁଛନ୍ତି । ମୋର ଇଚ୍ଛା ମୁଁ ବି ବଡଲେଖକ ହେବି । ଆପଣମାନେ ମତେ ଆର୍ଶିବାଦ କରନ୍ତୁ । ସମସ୍ତଙ୍କୁ ନମସ୍କାର । ଗୀତିକବି ନନ୍ଦକିଶୋର ସିଂ ଅଂଶକୁ କୁଣ୍ଢେଇପକାଇ ଆର୍ଶିବାଦ କରି କହିଲେ – ଅଂଶ ଗୋଟିଏ ଛୋଟପିଲା ହୋଇବି ବଡପ୍ରତିଭାର ଅଧିକାରୀ । ସେ ବି ଆଗକୁ ଜଣେ ବଡଲେଖକ ହେବ । ମୁଁ ବି ଜଣେ ଶିଶୁ ସାହିତ୍ୟିକ । ସମସ୍ତେ ସବୁକିଛି ଲେଖିପାରିବେ, କିନ୍ତୁ ଶିଶୁମାନଙ୍କ ପାଇଁ ସାହିତ୍ୟସୃଷ୍ଟିକରିବା ବହୁତ କଷ୍ଟକର । ଏଇଭଳି ଅସାଧାରଣ ପ୍ରତିଭା ଖୁବ୍‍ କମ୍‍ ଶିଶୁଙ୍କମଧ୍ୟରେ ଦେଖିବାକୁ ମିଳିଥାଏ । ଏହି ଲୋକାର୍ପଣ ସମୟରେ ସଭାଗୃହରେ ଦୂରଦୂରାନ୍ତରୁ ଆସିଥିବା କବି/କବୟତ୍ରୀ/ଲେଖକ/ଲେଖିକାମାନେ ଖୁସିରେ କରତାଳି ମାରି ଅଂଶକୁ ଉତ୍ସାହିତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ