କୁନି ବିଦ୍ୟାର୍ଥୀଙ୍କୁ ଅଗ୍ନିଶମ ବିଭାଗର ସଚେତନତା କାର୍ଯ୍ୟକ୍ରମ
ଚିକିଟି,(ଯୁଗାବ୍ଦ ନ୍ୟୁଜ) : ବିଭିନ୍ନ ସମୟରେ ଟିକିଏ ଅସାବଧାନତା କାରଣରୁ ବଡ ଧରଣର ଅଗ୍ନିକାଣ୍ଡ ଘଟି ଲକ୍ଷ ଲକ୍ଷ ଟଙ୍କାର ସଂମ୍ପତ୍ତି କ୍ଷୟକ୍ଷତି ହେବା ସହ ଲୋକମାନେ ଅକାଳରେ ମୃତ୍ୟୁବରଣ କରୁଥିବାର ନଜିର ରହିଛି । ଚିକିଟି ଦମକଳ କେନ୍ଦ୍ର ତରଫରୁ ବିଭିନ୍ନ ସମୟରେ ପ୍ରାକୃତିକ ଦୁର୍ବିପାକ ଓ ଅଗ୍ନିକାଣ୍ଡରୁ କିପରି ବର୍ତ୍ତିପାରିବ ସେ ବିସୟରେ ସାଧାରଣ ସଚେତନତା ଅଗ୍ନିଶମ ବାହିନୀ ତରଫରୁ କାର୍ଯ୍ୟକ୍ରମ କରାଯାଇଥିବା ବେଳେ ଶନିବାର ଚିକିଟି ଦମକଳ କେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ରବିନାରାୟଣ ପତିଙ୍କ ଦ୍ୱାରା ଚିକିଟି ଶିଶୁ ମନ୍ଦିରରେ କୋମଳମତି ଶିଶୁ ମାନଙ୍କୁ ଅଗ୍ନିକାଣ୍ଡରୁ କିପରି ନିଜକୁ ରକ୍ଷା କରିବା ସହ ଅନ୍ୟର ଜୀବନ ବଞ୍ଚାଇବ ଓ ନିଆଁ କିପରି ଲିଭାଇବ ସେ ବିଷୟରେ କୁନି କୁନି ବିଦ୍ୟାର୍ଥୀଙ୍କୁ ପ୍ରଶିକ୍ଷଣ ଦେଇଥିଲେ । ଏହି ସଚେତନତା କାର୍ଯ୍ୟକ୍ରମରେ ଉକ୍ତ ବିଭାଗର ଗୁରୁଦେବ କଅଁର , ଆଶୁତୋଷ ପ୍ରଧାନ ,ଜଗବନ୍ଧୁ ମହାଲ , ଶମ୍ଭୁ ବାରିକ , କୈଳାସ ଚନ୍ଦ୍ର ସ୍ୱାଇଁ ,ସମେତ ସମାଜସେବୀ ଦେବଦତ୍ତ ପଣ୍ଡା ଉପସ୍ଥିତ ଥô୍ଲେ ।