କୁମାରବେଗପଲ୍ଲୀ ଠାରେ ଲୋକଙ୍କୁ ସଚେତନତା କଲା ଆରପିଏଫ
ଛତ୍ରପୁର,(ଦେବଦତ୍ତ ମହାରଣା): ଛତ୍ରପୁର ଆରପିଏଫ୍ ଆଉଟପୋଷ୍ଟ ପକ୍ଷରୁ ଲୋକଙ୍କ ସୁରକ୍ଷା ସମ୍ପର୍କରେ ଗୁରୁବାର ସଚେତନତା କରାଯାଇଛି । ରିକାପଲ୍ଲୀ ଲେଭଲ କ୍ରସିଂ ଗେଟ୍ (ନଂ ୨୮୯ କିମି ନଂ ୫୭୮/୨୯-୩୧) ନିକଟ ଏବଂ ନିକଟରେ ଥିବା କୁମାରବେଗପଲ୍ଲୀ ଗ୍ରାମରେ ଏହି କାର୍ଯ୍ୟକ୍ରମ କରାଯାଇଛି । ସୁରକ୍ଷା ସମ୍ପର୍କରେ ଲୋକଙ୍କୁ ସଚେତନ ସହ ରାଲି କରାଯାଇଥିଲା । କୋଭିଡ -୧୯ ଗାଇଡଲାଇନ୍ ମାନିବା ସହ ଲେଭଲ କ୍ରସିଂ ପାରହେବା ବେଳେ ଧ୍ୟାନ ଦେବାକୁ ପରାମର୍ଶ ଦିଆଯାଇଥିଲା । କୈାଣସି ଦୁର୍ଘଟଣା ଆଶଙ୍କା ଥିଲେ ୧୮୨ନମ୍ବରକୁ ଫୋନ୍ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି । ବିଭିନ୍ନ ସମୟରେ ଟ୍ରେନକୁ ପିଲାମାନେ ପଥର ଫିଙ୍ଗୁଛନ୍ତି । ଏଥିରେ ଯାତ୍ରୀ ଆହାତ ହେଉଛନ୍ତି । ଏପରି ନକରିବାକୁ ଆରପିଏଫ ପକ୍ଷରୁ ସଚେତନ କରାଯାଇଛି । ଏଥିରେ ଛତ୍ରପୁର ଆଉଟ ପୋଷ୍ଟ ସବ ଇନିସପେକ୍ଟର ଏଲ.ବି. ସିଂ, ଏଏସଆଇ ଏସ. ଅର୍ଜୁନ ପାତ୍ର ଙ୍କ ସମେତ ଷ୍ଟାଫ ସାମିଲ ଥିଲେ ।