କୁମାର ଉତ୍ସବ ପାଳନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଆଜି ଅପରାହ୍ନରେ ସ୍ଥାନୀୟ ୟୁ ଟେକ୍ କମ୍ପ୍ୟୁଟର ସେଣ୍ଟର୍ ପାରଳାଖେମୁଣ୍ଡି ଆନୁକୁଲ୍ୟରେ ପୁରାତନ ଅନୁଷ୍ଠାନ ରଙ୍ଗ ବେରଙ୍ଗ ଏବଂ ମହିଳା ଅନୁଷ୍ଠାନ ପ୍ରଗତି ମିଳିତ ଆନୁକୁଲ୍ୟରେ ଚଳିତ ବର୍ଷର କୁମାର ଉତ୍ସବ ମହା ସମାରୋହରେ ପାଳିତ ହୋଇସାରିଛି।ଓଡ଼ିଆ ତଥା ଉତ୍କଳୀୟ ପରମ୍ପରା ଓ ସଂସ୍କୃତିର ସୁରକ୍ଷା ଆଜିର ଯୁଗରେ ନିହାତି ଭାବେ ଯୁବପିଢୀ ସୁରକ୍ଷା ରଖିବା ଜରୁରୀ ବୋଲି ବକ୍ତା ମାନେ କହିଥିଲେ। ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତା ଏବଂ ପ୍ରଗତିର ସଂପାଦିକା ତନୁଜା ଶତପଥୀଙ୍କ ପରିଚାଳନାରେ ବିଭିନ୍ନ ପ୍ରତିଯୋଗିତା ଛାତ୍ରୀ ଏବଂ ଗୃହିଣୀ ମାନଙ୍କ ଦ୍ଵାରା ହୋଇଥିଲା। ତର୍କ, ଝୋଟି,ଶଙ୍ଖ,ହୁଳହୁଳି,ଚୁଡ଼ି ସଜ୍ଜା,ଅଳତା ,ମେହେନ୍ଦି,ପୂଚି,ଦଉଡ଼ି ଡ଼ିଆ,ନୃତ୍ୟ,ପ୍ରଭୃତି ଅନୁଷ୍ଟିତ ହୋଇଥିଲା। ମୁଖ ବକ୍ତା ନରସିଂହ ଗୌଡ,ସ୍ବତନ୍ତ୍ର ଅତିଥି ଆଇବ୍ ମଣ୍ଡଳ (ଓ.ପ୍ର.ସେ),ମୁଖ୍ୟ ଅତିଥି ହରିମୋହନ ମୋହନ ପଟ୍ଟନାୟକ,ସମ୍ମାନିତ ଅତିଥି ଗୀତାରାଣୀ ପାଣିଗ୍ରାହୀ,ସଂଯୋଜକ utech ମୁଖ୍ୟ ଲୋକନାଥ ମିଶ୍ର, କାର୍ଯ୍ୟକାରିଣୀ ସଭାନେତ୍ରୀ,କଳ୍ପନା ପଟ୍ଟନାୟକ,ଉପ ସଭାନେତ୍ରୀ ମାନସୀ ପଣ୍ଡା,ଭାଗବତ ପାଢ଼ୀ,ପ୍ରମୋଦ ଚନ୍ଦ୍ର ପାଢୀ,ସୌଦାଗର ସିଅ,ମୁରଲୀ ପରିଛା,ନମିତା ନାୟକ,ମୋହିନୀ ପ୍ରଧାନ, ପ୍ରଭୃତି ଯୋଗଦାନ କରିଥିଲେ।ଏହି ଅବସରରେ ଗଜପତିର ବିଶିଷ୍ଠ ପ୍ରକୃତିପ୍ରେମୀ ବହୁମୁଖି ପ୍ରତିଭାଧର ତ୍ରିପତି ପ୍ରସାଦ ପଣ୍ଡାଙ୍କୁ ରଙ୍ଗବେରଙ୍ଗ ସମ୍ମାନ ୨୦୨୨ ପ୍ରଦାନ କରାଯାଇଥିଲା। ଶେଷରେ ବାବାଜୀ ବେହେରା ଧନ୍ୟବାଦ୍ ଅର୍ପଣ କରିଥିଲେ। ଆରୁପାଞ୍ଜଳି ମହାନ୍ତିଙ୍କ ନିର୍ଦ୍ଦେଶନାରେ ଓଡ଼ିଶୀ ନୃତ୍ୟ ତନିଶା ବେବର୍ତ୍ତା ,ତାଇକଣ୍ଡୁ ବରର୍ଷୀତା ଦାସ ପ୍ରଦର୍ଶନ କରିଥିଲେ। ପ୍ରତିଯୋଗୀ ମାନେ ଆକର୍ଷଣୀୟ ପୁରସ୍କାର ସହ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ