କୁମାର ପୂର୍ଣ୍ଣିମା ଉପଲକ୍ଷେ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ
ବ୍ରହ୍ମପୁର,(ଯୁଗାବ୍ଦ ନ୍ୟୁଜ୍) : ଶନିବାର ଦିନ ଦିବ୍ୟ ଜୀବନ ସଂଘ ତରଫରୁ ବ୍ରହ୍ମାନଗରସ୍ଥିତ ହନୁମାନ ମନ୍ଦିର ପ୍ରାଙ୍ଗଣରେ ସଂଘର ବରିଷ୍ଠ ସନ୍ଥ ସ୍ୱାମୀ ହରିଶରଣାନନ୍ଦ ସରସ୍ୱତୀ ମହାରାଜଙ୍କ ଅଧ୍ୟକ୍ଷତାରେ ଓ ଅଶ୍ୱିନୀ କୁମାର ସିଂ ଙ୍କ ସହଯୋଗରେ ଏକ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରାତଃ ସମୟରେ ଜୟ ଗଣେଶ କୀର୍ତ୍ତନ, ଗୁରୁସ୍ତୋତ୍ର, ବିଶ୍ୱ ପ୍ରାର୍ଥନା, ରାମ ସ୍ତୁତି, ହନୁମାନ ସ୍ତୁତି, ବିଶ୍ୱର କଲ୍ୟାଣ ଓ ଜଗତର ମଙ୍ଗଳ କାମନା ନିମନ୍ତେ ୧୦୮ ହନୁମାନ ଚାଳିଶା ପାଠ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସ୍ୱ।।ମୀଜୀ ମହାରାଜ କହିଥିଲେ – ନିଷ୍ଠାର ସହ ହନୁମାନଜୀଙ୍କୁ ମନ, ମସ୍ତିଷ୍କ, ପ୍ରାଣକୁ ଏକ କରି ପ୍ରାର୍ଥନା କରିବା ଦ୍ୱାରା ତାହା ନିଶ୍ଚୟ ସଫଳ ହୋଇଥାଏ । ଯାହା ତୁମେ ନୁହଁ, ତାହା ତୁମେ ଅନ୍ୟକୁ କୁହ ନାହିଁ । ଗୋସ୍ୱାମୀ ତୁଳସୀ ଦାସ ଲେଖିଛନ୍ତି -ସଂସାରରେ ଯେତେବଡ଼ କଠିନ କାର୍ଯ୍ୟ ଥାଏ, ହନୁମାନଙ୍କୁ ଦୃଢ଼ତାର ସହିତ ବ୍ୟାକୁଳିତ ଭାବରେ ପ୍ରାର୍ଥନା କରିବା ଦ୍ୱାରା ତାହା ସହଜ ଲଭ୍ୟ ହୋଇଥାଏ । ସମସ୍ତ ସୁଖ ହନୁମାନଙ୍କ ଠାରେ ରହିଛି । ଯାହାକୁ ହନୁମାନଜୀ ରକ୍ଷା କରିଥାନ୍ତି, ସେ ସଂସାରରେ ସମସ୍ତ ସ୍ଥାନରେ ବିଜୟୀ ହୋଇଥାଏ । କିନ୍ତୁ ସରଳ, ବିନମ୍ର ଓ ନିଷ୍କପଟ ହେବା ଦରକାର । ଯେ ହନୁମାନ ଚାଳିଶା ଏହି ପ୍ରକାର ମନୋବଳ ଓ ଦୃଢ଼ତା ଏବଂ ବିଶ୍ୱାସର ସହିତ ପାଠ କରିବେ, ନିଶ୍ଚିତ ଭାବେ ନିଜର ମନସ୍କାମନା ହନୁମାନଜୀ ପୂର୍ଣ୍ଣ କରିଥାନ୍ତି । ଏହି କାର୍ଯ୍ୟକ୍ରମରେ ଅରୁଣା ପଟ୍ଟନାୟକ, ଆଜାଦ୍ ସିଂ, ଅମୃତା ସିଂ, ଅରୁଣ ସିଂ, ସ୍ମିତାମୟୀ ସିଂ, ପ୍ରଫୁଲ୍ଲ ରାଉତ, ସୁରେନ୍ଦ୍ର ପ୍ରଧାନ, କବି ଚନ୍ଦ୍ର ସ୍ୱାଇଁ, ଗଣେଶ ସ୍ୱାଇଁ, ନାରାୟଣ ସିଂ ପାଇଚ୍ଛା, ଉମା ଚରଣ ପଟ୍ଟନାୟକ, ସାହେବ ପାତ୍ର, ସରସ୍ୱତୀ ସାହୁ,ସନ୍ଧ୍ୟାରାଣୀ ଚୌଧୁରୀଙ୍କ ସମେତ ପ୍ରାୟ ୫୦ରୁ ଉଦ୍ଧ୍ୱର୍ ଗୁରୁଭାଇ ଭଉଣୀ ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ପରିଶେଷରେ ଅଶ୍ୱିନୀ କୁମାର ସିଂ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।