କୁମ୍ପାପଡ଼ା ଅଞ୍ଚଳରେ ହାତୀ ନଷ୍ଟ କଲେ ସହ ସହ ଏକର ଧାନ ଫସଲ

ଭଞ୍ଜନଗର,(ସନ୍ତୋଷ କୁମାର ଜେନା): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଦକ୍ଷିଣ ବନଖଣ୍ଡ, ବୁଗୁଡା ରେଞ୍ଜ ଅନ୍ତର୍ଗତ ପଞ୍ଚଭୂତି ଅଞ୍ଚଳର କୁମ୍ପାପଡ଼ା ଅଞ୍ଚଳରେ ହାତୀ ମାନେ ସହ ସହ ଏକର ଧାନ ଫସଲ ନଷ୍ଟ କରିଛନ୍ତି । ରାବଗଡ ଅଞ୍ଚଳର ରବେଣୀ ଜଙ୍ଗଲ ରେ ରହୁଥିବା ହାତୀ ମାନେ ଆସି କୁମ୍ପାପଡ଼ା ଅଞ୍ଚଳର ଗଣ୍ଡିଆବଣ ରେ ଥିବା ଧାନ ଖେତରେ ପସି ଫସଲ ଖାଇବା ସହ ଦଳି ଚକଟି ନଷ୍ଟ କରିଦେଇଛନ୍ତି । ଧାନ କ୍ଷେତ ପାଚି ଆଦାୟ କରିବା ସମୟରେ ହାତୀ ମାନଙ୍କ ଏପରି ଉପଦ୍ରବ ଯୋଗୁଁ ଚାଷୀ ମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି । ହାତୀ ମାନେ ମଧ୍ୟ କରସିଂ ନିକଟ ରାଜ୍ୟ ସଡକ ପଥରେ ଦିନ ବେଳେ ଯାତାୟତ କରୁଛନ୍ତି । ଜଙ୍ଗଲ ନଷ୍ଟ ହୋଇଯିବା ଯୋଗୁଁ ହାତୀ ମାନେ ଏବେ ଗ୍ରାମଭିମୁଖୀ ହେଉଛନ୍ତି । ଗ୍ରାମବାସୀ ମାନେ ଘଣ୍ଟ ବାଡେଇ ହାତୀ ଘଉଡ଼ାଇଛନ୍ତି । କୁମ୍ପାପଡ଼ା ଅଞ୍ଚଳର ପୁରୁଷୋତ୍ତମ ପ୍ରଧାନ,ମହନ୍ତ ପ୍ରଧାନ,ଦିବା ନାୟକ,ସତ୍ୟବାନ ପ୍ରଧାନ,ଚନ୍ଦ୍ର ପ୍ରଧାନ,ଲାଲା ନାୟକ, ପୁନିଆ ନାୟକ, ସୁରେନ୍ଦ୍ର ପ୍ରଧାନ ସମେତ ବହୁ ଚାଷୀଙ୍କ ଧାନ କ୍ଷେତକୁ ହାତୀ ମନେ ଉଜାଡ଼ି ଦେଇଛନ୍ତି । ବନ ବିଭାଗ ତରଫରୁ ହାତୀ ଘଉଡାଇବାର ପଦକ୍ଷେପ ନେବା ସହ ଚାଷୀଙ୍କ ଧାନ ଫସଲ କ୍ଷତିର ଆକଳନ କରି କ୍ଷତିପୂରଣ ଅର୍ଥ ପ୍ରଦାନ କରିବା ପାଇଁ ସାଧାରଣରେ ଦାବି ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ