କୁରାଡିହା ପଞ୍ଚାୟତରେ ସଦର ବିଜେପିର ‘ମହା ମିଶ୍ରଣ ପର୍ବ’
ବାଲେଶ୍ୱର, (ସରୋଜ ପଣ୍ଡା) : ଆଜି ବାଲେଶ୍ୱର ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୁରାଡିହା ପଞ୍ଚାୟତର ସାନଧନାଡି ଗ୍ରାମରେ ସଦର ବିଜେପି ପକ୍ଷରୁ ମହା ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଅଛି । ଏହି ପରିପ୍ରେକ୍ଷୀରେ ସଦର ନେତା ମାନସ କୁମାର ଦତ୍ତଙ୍କ ନେତୃତ୍ୱରେ କୁରାଡିହା ପଞ୍ଚାୟତର ଶତାଧିକ ବିଜେଡି ଓ କଂଗ୍ରେସ ଦଳର ନେତା ଏବଂ କର୍ମୀ ଦଳ ପରିତ୍ୟାଗ କରି ଆଜି ବିଧିବଦ୍ଧ ଭାବେ ଭାରତୀୟ ଜନତା ପାର୍ଟିରେ ଯୋଗଦାନ କରିଛନ୍ତି । ସମସ୍ତଙ୍କୁ ଦଳୀୟ ଉତ୍ତରୀୟ ଓ ଟୋପି ପିନ୍ଧାଯାଇ ଦଳରେ ସାମିଲ କରାଯାଇଥିଲା । ଭାରତର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଜନକଲ୍ୟାଣକାରୀ ଯୋଜନାରେ ଅନୁପ୍ରାଣିତ ହୋଇ ତଥା ରାଷ୍ଟ୍ରୀୟ ସଭାପତି ଶ୍ରୀ ଜେ.ପି. ନଡ୍ଡା, କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଓ ସଦର ନେତା ମାନସ କୁମାର ଦତ୍ତଙ୍କ ଦୃଢ କାର୍ଯ୍ୟଦକ୍ଷତା ଏବଂ ନେତୃତ୍ୱ ଉପରେ ଭରସା ରଖି ଜୟରାମ ବେହେରା, ସୁଜିତ ବେହେରା, ତପନ ବେହେରା, ବୈକୁଣ୍ଠ ବେହେରା, ଦୈତାରୀ ରାଉତ, ଶଶିକାନ୍ତ ସେଠୀ, ଅନ୍ନପୂର୍ଣ୍ଣା ତପସ୍ୱୀ, ପ୍ରେମଲତା ବେହେରା, ପଞ୍ଚାନନ ବେହେରା, ପଞ୍ଚାନନ ମାଝୀ, ବଂଶୀଧର ବେହେରା, ବୁଧିରାମ ରାଉତ, ସୁଲୋଚନା ସେଠୀ, ଶାନ୍ତିଲତା ସେଠୀ, ବେଣୁଧର ଧଳ, ରଘୁନାଥ ଧଳ, ସଖୀମଣୀ ଧଳ, ଏକାଦଶୀ ଧଳ, ଅହଲ୍ୟା ଦାସ, ଚୈତନ୍ୟ ବେହେରା, ଗୋବିନ୍ଦ ସେଠୀ, ଝିଲିରାଣି ବେହେରା, ହୀରାମଣୀ ବେହେରା ଆଦି ବହୁ ସଂଖ୍ୟାରେ ବିଜେପିରେ ଯୋଗଦାନ କରିଛନ୍ତି । ଆଜି ଓଡିଶାରେ ଜନସାଧାରଣ ବିଜୁ ଜନତା ଦଳର ଅତ୍ୟାଚାରରେ ଅତିଷ୍ଠ ହୋଇ ପଡିଲେଣି । ଦୀର୍ଘ ୨୩ ବର୍ଷ ଶାସନରେ ଆଜି ଓଡିଶାରେ ଦୁର୍ନୀତି, ଭ୍ରଷ୍ଟାଚାର ଚରମ ସୀମାରେ ପହଞ୍ଚିଛି । ଗତ ଉପନିର୍ବାଚନରେ ବାଲେଶ୍ୱର ଦାୟିତ୍ୱ ଗ୍ରହଣ କରିଥିବା ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶୃତି ଆଜି ପାଣିର ଗାର ସଦୃଶ ବୋଲି ସାମିଲ ହୋଇଥିବା କାର୍ଯ୍ୟକର୍ତ୍ତା ମାନେ ପରିପ୍ରକାଶ କରିଛନ୍ତି । ଆଜି ସମସ୍ତଙ୍କର ଯୋଗଦାନ ପ୍ରମାଣିତ କରୁଛି ଯେ ପ୍ରଧାନମନ୍ତ୍ରୀ ପ୍ରତି ଲୋକମାନଙ୍କର ଆସ୍ଥା ଓ ସାମାଜିକ ନେତୃତ୍ୱର ବିଶ୍ୱାସ ବୃଦ୍ଧି ପାଉଛି । ଦଳରେ ମିଶିଥିବା ଅନୁଭବୀ ନେତା ଓ କାର୍ଯ୍ୟକର୍ତ୍ତାଙ୍କ ଉପସ୍ଥିତି ବୁଥ ସ୍ତରରେ ଦଳର ସାଙ୍ଗଠନିକ ସ୍ଥିତିକୁ ଆହୁରି ଅଧିକ ସୁଦୃଢ କରିବା ସହିତ ଅଧିକରୁ ଅଧିକ ଜନତାଙ୍କ ଆସ୍ଥାଭାଜନ ହେବାରେ ସହାୟକ ହେବ ବୋଲି ସଦର ନେତା ମାନସ ଦତ୍ତ ମତପ୍ରକାଶ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନେତା ରବିନାରାୟଣ ମହାପାତ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପର୍ଶୁରାମ ବେହେରା, ମଣ୍ଡଳ ପ୍ରଭାରୀ ଗଙ୍ଗାଧର ରାଉତ, ଲୋକନାଥ ଭୂୟାଁ, ଅନନ୍ତ ନାୟକ, ମଣ୍ଡଳ ସାଧାରଣ ସମ୍ପାଦକ କାର୍ତ୍ତିକ ପ୍ରଧାନ, ପଞ୍ଚାୟତ ସଭାପତି ସଦାଶିବ ଜେନା, ନାଏବ ସରପଞ୍ଚ ସୁମିତ୍ରା ବାରିକ, ରଞ୍ଜୁଲତା ବାରିକ, ମାୟାଧର ତରେଇ, ପୁରୁଷୋତ୍ତମ ବାରିକ, ସୀତାରାମ ବେହେରା, ସନ୍ତୋଷ ଧଳ, ବିଶ୍ୱନାଥ ଧଳ, ପଞ୍ଚୁରତ୍ନ ଧଳ, ନିରଞ୍ଜନ ବାରିକ, ଚାଲୋକ ବେହେରା, ଆଦିକନ୍ଦ ବେହେରା, ପ୍ରହଲ୍ଲାଦ ଦାସ, ସୁଶାନ୍ତ ସାହୁ, ଚନ୍ଦ୍ରକାନ୍ତ ବେହେରା, ଭୀମ ଚରଣ ବେହେରା, ସଞ୍ଜୟ ଧଳ, ରାଜେନ୍ଦ୍ର ବାରିକ, ବରେନ୍ଦ୍ର ପ୍ରଧାନ, ମନୋରଞ୍ଜନ ବାରିକ, ଶଶିକାନ୍ତ ମିଶ୍ର ସହିତ ବହୁ ପଦାଧିକାରୀ ଉପସ୍ଥିତ ଥିଲେ ।