କୁଲଣାରେ ମଦର ବନ୍ୟା

ଭଣ୍ଡାରିପୋଖରୀ,(ଓ୍ବାଇଏନ୍ଏସ୍) :ଭଣ୍ଡାରିପୋଖରୀ ବ୍ଲକ ୨୩ଗୋଟି ପଞ୍ଚାୟତ ଅଞ୍ଚଳରେ ଯେଉଁଭଳି ଭାବେ ପୂର୍ବରୁ ଚୋରା ମଦ କାରବାର ହେଉଥିଲା କରୋନା ପରେ ସେଗୁଡିକ ଦ୍ୱିଗୁଣିତ ବଢିଯାଇଛି । ଆଗରୁ କିଛି ପଞ୍ଚାୟତର ଗୋଟିଏ ଯୋଡିଏ ଗ୍ରାମରେ ବେଆଇନ କାରବାର ହେଉଥିବାବେଳେ ଏବେ ଏକାଧିକ ଗ୍ରାମରେ ଅନେକ ଲୋକ ମଦକାରବାର କରୁଛନ୍ତି । ସୂଚନା ଅନୁଯାୟୀ ବ୍ଲକ ଅଧିନ ତେସିଙ୍ଗା ପଞ୍ଚାୟତ କୁଲଣା ଓ ବିଶୋଳ ଗ୍ରାମରେ ବ୍ୟାପକ ଭାବେ ଚୋରାମଦ ବିକ୍ର ହେଉଥିବା ଜଣାପଡିଛି । କେବଳ ବିଶୋଳରେ ୧୧ଜଣ ବ୍ୟକ୍ତି ମଦ ବିକ୍ରୟ କରୁଥିବାବେଳେ କୁଲଣା ଠାରେ ପାଞ୍ଚଜଣ ବ୍ୟକ୍ତି ଚୋରାମଦ କାରବାର କରୁଥିବା ସୂଚନା ଦିଆଯାଇଛି । ସେହିଭଳି ଝୁଟୁଣା, ଯଶୋଟିକିରି, ନେରଡା, ମୋବାରକପୁର, କୋଟଶିରା, ରହଣିଆ, ଉତ୍ତରବାଡ, ମାଳଦା, ଜଳହରି ପ୍ରମୁଖ ସ୍ଥାନମାନଙ୍କରେ ଚୋରାମଦର ବନ୍ୟା ଛୁଟିଛି । ଏଭଳି ଖୁଲୁମ ଖୋଲା ନିଶାକାରବାର ଯୋଗୁ ଗ୍ରାମ୍ୟ ପରିବେଶ ଦିନକୁ ଦିନ ବିଗିଡିବାରେ ଲାଗିଛି । ବେଆଇନ କାରବାର ସମ୍ପର୍କରେ ପୁଲିସ ଓ ଅବକାରୀ ବିଭାଗକୁ ସୂଚନା ଦିଆଯାଉଥିଲେ ସୁଦ୍ଧା ସେମାନେ କର୍ମଚାରୀ ଜନିତ ସମସ୍ୟାକୁ ଆଳ କରି ନିଜ ଦାୟିତ୍ୱରୁ ଓହରି ଯାଉଛନ୍ତି । ତେଣୁ ଚୋରା ମଦ ବ୍ୟବସାୟୀମାନେ ଦିନକୁ ଦିନ ସେମାନଙ୍କର କାୟା ବିସ୍ତାର କରୁଥିବାବେଳେ ଗାଁ ଗହଳିରେ ଅପ୍ରତିକର ପରିସ୍ଥିତି ସୃଷ୍ଟି ହେଉଛି । ତେଣୁ ଏହାଉପରେ ଜିଲ୍ଲାପାଳ ସ୍ୱତନ୍ତ୍ର ଦୃଷ୍ଟିଦେବାକୁ ବୃଦ୍ଧିଜୀବିମାନେ ମତ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ