କୁଲାଗଡ ଠାରେ ଧାନମଣ୍ଡି ର ଶୁଭାରମ୍
ଶେରଗଡ, (ଅନୀଲ କୁମାର ପଣ୍ଡା):ଶେରଗଡ ବ୍ଲକ ଅନ୍ତର୍ଗତ କୁଲାଗଡ ପ୍ରାଥମିକ କୃଷି ସେବା ସମବାୟ ସମିତି ରେ ବ୍ଲକ ଯୋଗାଣ ନିରୀକ୍ଷକ ବିଭୁ ପ୍ରସାଦ ସାହୁ ଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ବ୍ଲକ ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ନାୟକଙ୍କ ଦ୍ଵାରା ଧାନମଣ୍ଡି ର ଶୁଭାରମ୍ଭ ହୋଈଯାଈଛି। ଶ୍ରୀ ନାୟକ ଧାନ କିଣା ଲାଗି ସରକାର ଗ୍ରହଣ କରିଥିବା ନୂତନ ନିଷ୍ପତ୍ତି ସମ୍ପର୍କରେ ଉପସ୍ଥିତ ସଦସ୍ୟ ଓ ଚାଷୀ ମାନଙ୍କୁ ସୂଚନା ଦେଈଥିଲେ। ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ ବିଡ଼ିଓ ଶିବାଶିଷ ବରାଳ,ବିଧାୟକ ଙ୍କ ଶେରଗଡ ବ୍ଲକ ପ୍ରତିନିଧି ଦିଗାମ୍ବର ନାହାକ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ପ୍ରମୋଦ କୁମାର ପାତ୍ର, କୁଲାଗଡ ସରପଞ୍ଚ ଶ୍ରୀମତି ତୁଳସୀ ଦେବୀ ବେହେରା, କୁଲାଗଡ ସେବା ସମବାୟ ସମିତିର ସଭାପତି ବୁଢା ପାଣିଗ୍ରାହୀ, ଆସିକା ସହ ନିବନ୍ଧକ ଶେରଗଡ ବ୍ଲକ ଏରିଆ ଅଫିସର ବିନଦା ନାହାକ ପ୍ରମୁଖ ଉପସ୍ଥିତ ଥିଲେ। ସମବାୟ ସମିତିର ସମ୍ପାଦକ କାମେଶ୍ବର ଗୌଡ ଏହାର ପରିଚାଳନା କରିଥିବା ବେଳେ ଶେରଗଡ ଅଧିନସ୍ଥ ସମସ୍ତ ସେବା ସମବାୟ ସମିତିର ସମ୍ପାଦକ ଙ୍କ ସହ ସମସ୍ତ ଡିଈଓ ଓ କର୍ମଚାରୀ ମାନେ କାର୍ଯ୍ୟକ୍ରମ କୁ ପରିଚାଳନା କରିବାରେ ସହଯୋଗ କରିଛନ୍ତି।