କୁଳଭୂଷଣ ଙ୍କୁ ବୈଦେଶିକ ସହାୟତା ଯୋଗାଇଦିଆଯିବ 

(ଯୁଗାବ୍ଦ ନ୍ୟୁଜ) ଶୁକ୍ରବାର ଇମ୍ରାନ ଖାଁଙ୍କ ସରକାର ଭାରତୀୟ ବନ୍ଦୀ କୁଳଭୂଷଣ ଯାଦବଙ୍କୁ ଦୂତାବାସ ସମ୍ପର୍କ ସ୍ଥାପନ ବା କୂଟନୈତିକ ଯୋଗାଯୋଗ ସୁବିଧା ପ୍ରଦାନକୁ ଅନୁମୋଦନ କରିଛନ୍ତି। ଅନନ୍ୟୋପାୟ ହୋଇ ପାକିସ୍ତାନ ଇଣ୍ଟରନ୍ୟାସନାଲ କୋର୍ଟ ଅଫ ଜଷ୍ଟିସ (ଆଇସିଜେ) ରାୟକୁ ପାଳନ କରିଛି। ଏହାଦ୍ବାରା କୁଳଭୂଷଣଙ୍କ ସହିତ ଭାରତୀୟ କୂଟନୀତିଜ୍ଞ, ଦୂତାବାସ କର୍ମଚାରୀ ଓ ଭାରତୀୟ ଅଧିକାରୀଙ୍କର ଯୋଗାଯୋଗ ହୋଇପାରିବ। ଆଇସିଜେ ରାୟକୁ ସମ୍ମାନ ଜଣାଇ ଏବଂ ଭିଏନ୍ନା ରାଜିନାମାର ଧାରା ୩୬, ପାରା-୧(ବି) ଆଧାରରେ କୁଳଭୂଷଣଙ୍କୁ ଏହି ସୁଯୋଗ ଦିଆଯିବ ବୋଲି ପାକିସ୍ତାନ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଘୋଷଣା କରାଯାଇଛି। ଭାରତ ପକ୍ଷରୁ ଗୁରୁବାର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆଇସିଜେ ରାୟ ଅନୁସାରେ ତୁରନ୍ତ କୁଳଭୂଷଣଙ୍କୁ କୂଟନୈତିକ ଯୋଗାଯୋଗ ବ୍ୟବସ୍ଥା କରାଇବାକୁ ପାକିସ୍ତାନ ନିକଟରେ ଦାବି କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ