କୁଶପଡାଗାଁରେ ଅଗ୍ନିକାଣ୍ଡ : ଜଳିଗଲା ଭିନ୍ନକ୍ଷମଙ୍କ ଦୋକାନ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ) :ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କୁଶପଡା ଗ୍ରାମ ମୁଖ୍ୟ ରାସ୍ତା ସାହିରେ ଏକ ଦୋକାନରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଦୋକନି ଜଣଙ୍କ ହେଲେ କୁଶପଡ଼ା ଗ୍ରାମର ଡି.ବାସୁଦେବ , ବାସୁଦେବ ଜଣେ ଭିନ୍ନକ୍ଷମ ବ୍ୟକ୍ତିଙ୍କ ଦୋକାନ ଘର ଅଗ୍ନିକାଣ୍ଡରେ ଜଳି ପୋଡି ସମ୍ପୂର୍ଣ୍ଣ ପାଉଁଶ ହୋଇଯାଇଛି । ବାସୁଦେବ ଜଣେ ଭିନ୍ନକ୍ଷମ ହେଲେ ମଧ୍ୟ ଏକ ଦୋକାନ କରି ପରିବାର ଭରଣ ପୋଷଣ କରୁଥିଲେ । ଆଜି ସକାଳେ କୌଣସି କାରଣରୁ ଦୋକାନ ଘର ସମ୍ପୂର୍ଣ୍ଣ ଜଳି ପୋଡିଯାଇଥିବା ଜଣାପଡିଛି। ଘରର ପରିବାର ଲୋକେ ସୁରକ୍ଷିତ ରହିଛନ୍ତି । ଖବର ପାଇ ଦିଗପହଣ୍ଡି ଅଗ୍ନିଶମ ବାହିନୀ ପହଞ୍ଚି ଗାଁ ଲୋକଙ୍କ ସହାୟତାରେ ନିଆଁକୁ ଆୟତ୍ତ କରିବା ସହ ଆଉ ବ୍ୟାପିବାକୁ ଦେଇନଥିଲେ । ବ୍ୟାଙ୍କରୁ ଆଣିଥିବା ଋଣ ଟଙ୍କା କିଭଳି ପରିଶୋଧ କରିବେ ଚିନ୍ତାରେ ଦୋକାନୀ ଡି ବାସୁଦେବ, ସମସ୍ତ ସାମଗ୍ରୀ ଆସବାବପତ୍ର ପୋଡ଼ିଯାଇଥିବାରୁ ଏବେ ପରିବାର ଭରଣ ପୋଷଣ ନେଇ ସମସ୍ତେ ଚିନ୍ତିତ ହୋଇଥିବା ବେଳେ ସରକାରୀ ସହାୟତା ପାଇଁ ଅନୁରୋଧ କରିଛନ୍ତି। ।


