କୁଶଭଦ୍ରା ନଦୀରେ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବତୀ ଉଦ୍ଧାର
ନିମାପଡା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ନିମାପଡା ଥାନା ଅନ୍ତର୍ଗତ ସର୍ବାପଡା ଗ୍ରାମର ଜଣେ ୨୩ବର୍ଷୀୟ ଯୁବତୀ ନିକଟସ୍ଥ କୁଶଭଦ୍ରା ନଦୀ ବ୍ରିଜ ଉପରୁ ବନ୍ୟା ଜଳରେ ଉଛୁଳା ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଯୁବତୀ ଜଣକ ଏକ ବାଇକ ରେ ଜଣେ ନିକଟ ସମ୍ପର୍କୀୟ ଙ୍କ ସହ ନିମାପଡା ବଜାର ଆସିଥିବା ବେଳେ ହଠାତ କୌଣସି କାରଣରୁ ନଦୀକୁ ଡେଇଁ ପଡିଥିଲେ । ନଦୀ ରେ ଭାସି ଯାଉଥିବା ଯୁବତୀ ଜଣକ ନିକଟସ୍ଥ ଧିରପୁରଠାରେ ଜୀବନ୍ତ ଅବସ୍ଥାରେ କୂଳରେ ଲାଗିବା ପରେ ଗ୍ରାମବାସୀ ମାନେ ଉଦ୍ଧାର କରିଥିଲେ । ତେବେ ଯୁବତୀ ଜଣଙ୍କ ଆତ୍ମହତ୍ୟା ଉଦ୍ୟମ କାହିଁକି କଲେ ତାର କାରଣ ସମ୍ପର୍କରେ ସେ କୌଣସି ମନ୍ତବ୍ୟ ଦେଇନାହାନ୍ତି । ତେବେ ଘଟଣାସ୍ଥଳ ରେ ନିମାପଡା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭକରିଛି । ଏହି ଘଟଣା ସମଗ୍ର ନିମାପଡ଼ା ଅଞ୍ଚଳ ରେ ଚର୍ଚ୍ଚା ର ବିଷୟ ପାଲଟିଛି।


