କୁଷ୍ଠ ରୋଗ ଚିହ୍ନଟ କ୍ୟାମ୍ପେନ ସେପ୍ଟେମ୍ବର ୧୦ରୁ

କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍) : ଜିଲ୍ଲାରେ ଚଳିତ ସେପ୍ଟେମ୍ବରମାସ ୧୦ତାରିଖରୁ ୨୩ତାରିଖ ପର୍ଯ୍ୟନ୍ତ କୁଷ୍ଠ ରୋଗ ଚିହ୍ନଟ କ୍ୟାମ୍ପେନ କରାଯିବ । ଏଥିରେ ଜିଲ୍ଲାର ପ୍ରତି ବ୍ଲକ ଅନ୍ତର୍ଗତ ପ୍ରତ୍ୟେକ ଗ୍ରାମର ପ୍ରତି ପରିବାରକୁ ଯାଇ ଆଶାକର୍ମୀମାନେ ସେହି ପରିବାରର ସମସ୍ତ ସଦସ୍ୟଙ୍କୁ ଦେଖି ତାଙ୍କ ଠାରେ କୁଷ୍ଠ ରୋଗର ଲକ୍ଷଣ ଅଛିକି ନାହଁ ସେ ସମ୍ପର୍କରେ ପରୀକ୍ଷା କରି ସେକ୍ଟର ଲେଭଲକୁ ରିପୋର୍ଟ କରିବେ ସେଠାରୁ ବ୍ଲକ ସ୍ତରୀୟ କମିଟିକୁ ଓ ବ୍ଲକ ଲେଭଲରୁ ଜିଲ୍ଲା ସ୍ତରୀୟ କମିଟି ଓ ସେଠାରୁ ରାଜ୍ୟ ସ୍ତରକୁ ଦୈନିକ ପ୍ରୋଗ୍ରେସ ରିପୋର୍ଟ ପଠାଯିବ । ଜିଲ୍ଲାର ୧୪୮୩ ଆଶାକର୍ମୀ ପ୍ରତ୍ୟେହ ୧୪୮୩ ଟିମ ମାଧ୍ୟମରେ ଜିଲ୍ଲାର ୧୫ଲକ୍ଷ, ୫୭ହଜାର ୭୬୦ ଲୋକଙ୍କ ଠାରେ କୁଷ୍ଠ ରୋଗର ଲକ୍ଷଣ ଅଛିକି ନାହିଁ ପରୀକ୍ଷା କରି ରିପୋର୍ଟ ପ୍ରଦାନ କରିବେ । ପ୍ରତ୍ୟେକ ଦିନ ଜଣେ ଆଶାକର୍ମୀ ୩୦ଟି ପରିବାରକୁ ଯାଇ କୁଷ୍ଠ ରୋଗ ଲକ୍ଷଣ ସମ୍ପର୍କରେ ପରୀକ୍ଷା କରି ରିପୋର୍ଟ ପ୍ରଦାନ କରିବେ । ଏଥି ନିମନ୍ତେ ଶନିବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା.ଉର୍ମିଳା ମିଶ୍ର, ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ(ଜନସ୍ୱାସ୍ଥ୍ୟ) ଡା.ମିର୍ଜା ବାବର ବେଗ, ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ(ମେଡିକାଲ)ଡା. କିଶୋର ଚନ୍ଦ୍ର ଆଚାର୍ଯ୍ୟ,ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଚିନ୍ମୟୀ ରଥ, ଜିଲ୍ଲା କୁଷ୍ଠ ନିବାରଣ ଅଧିକାରୀ ଡା.ପି.କେ.ଦାସ, ଜନସ୍ୱାସ୍ଥ୍ୟ ସଂଯୋଜକ ଆଲୋକ କୁମାର ମହାନ୍ତି,କଳ୍ପତରୁ ପରିଡା,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଚନ୍ଦ୍ରକାନ୍ତ ନାୟକ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ