ବସନ୍ତ ବିଶ୍ୱାଳଙ୍କ ୧୬ତମ ଶ୍ରାଦେ୍ଧାତ୍ସବ ପାଳିତ
କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍) : ବସନ୍ତ ବିଶ୍ୱାଳଙ୍କ ସ୍ମୃତି କମିଟି ଆନୁକୂଲ୍ୟରେ ଓଡିଶାର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବସନ୍ତ ବିଶ୍ୱାଳଙ୍କର ୧୬ତମ ଶ୍ରାଦେ୍ଧାତ୍ସବ ଦୀନବନ୍ଧୁ ସାହୁ ଆଇନ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସ୍ମୃତି ସଂସଦ ପକ୍ଷରୁ ସକାଳ ୮ ଘଟିକା ସମୟରେ ନୂଆ ବସ୍ଷ୍ଟାଣ୍ଡ ନିକଟସ୍ଥ ଗୋବରୀ ନଦୀରେ ତିଳତର୍ପଣ କରାଯିବା ସହିତ ବାଇପାସ୍ ଠାରେ ଥିବା ବସନ୍ତ ବିଶ୍ୱାଳଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସଂପାଦକ ଗୋପଳକୃଷ୍ଣ ଜେନା, ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ମହମ୍ମଦ ଆକବର ଅଲ୍ଲୀ, ଫକିର ଚରଣ ଖଟୁଆ, ଶରତ କୁମାର ବେହୁରା ପ୍ରମୁଖ ଉପସ୍ଥିତ ଥିଲେ । ପୂର୍ବାହ୍ନରେ ଆଇନ ମହାବିଦ୍ୟାଳୟ ପରିସରରେ ସ୍ମୃତି କମିଟିର ଉପସଭାପତି ଅଧ୍ୟାପକ ଉମାକାନ୍ତ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସ୍ମୃତି ସଭାରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ଯୋଗ ଦେଇ ସୂର୍ଗତ ବସନ୍ତ ବିଶ୍ୱାଳ ଥିଲେ ଜଣେ ଯୁଗଜନ୍ମା ଓ ନିର୍ମାଣ ପୁରୁଷ ଥିଲେ ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ବରିଷ୍ଠ ବ୍ୟାଙ୍କ ପ୍ରବନ୍ଧକ ଗୁରୁପ୍ରସାଦ ମହାନ୍ତି ଯୋଗଦେଇ ବସନ୍ତ ବାବୁଙ୍କୁୁ ଏକ କିମ୍ବଦନ୍ତୀ ପୁରୁଷ ବୋଲି ବର୍ଣ୍ଣନା କରିଥିଲେ । ସମ୍ମାନୀତ ଅତିଥି ଭାବେ ଜିଲ୍ଲା ସ୍ୱାଧୀନତା ସଂଗ୍ରାମ ସମିତିର ସଭାପତି ନକୁଳ ଚରଣ ଦାସ ଯୋଗଦେଇ ବସନ୍ତ ବାବୁଙ୍କ ବହୁମୁଖୀ ପ୍ରତିଭା ସଂପର୍କରେ ଆଲୋଚନା କରିଥିଲେ । ସ୍ମୃତି ସଂସଦ ପକ୍ଷରୁ ବିଶିଷ୍ଟ ଡାକ୍ତର ବୈକୁଣ୍ଠ ନାଥ ପଣ୍ଡାଙ୍କୁ ସେବାରତ୍ନ ଉପାଧି ପ୍ରଦାନ କରାଯାଇଥିଲା । ସଂସଦର ସମ୍ପାଦକ ଗୋପାଳକୃଷ୍ଣ ଜେନା ବୀବରଣୀ ପାଠ କରିଥିବା ବେଳେ ସୁଖଦା ନନ୍ଦ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ସ୍ମୃତି ସଂସଦର କାର୍ଯ୍ୟକାରୀ ସଭାପତି ସୁଶୀଲ କୁମାର ସାମଲ, ଫକିର ଚରଣ ଖଟୁଆ, ମହେନ୍ଦ୍ର ପରିଡା, ଶରତ କୁମାର ବେହୁରା, ଗାୟତ୍ରୀ ମହାନ୍ତି, ଦୟାନିଧି ଜେନା, ବସନ୍ତ କୁମାର ସେଠୀ, ସିଦ୍ଧ୍ୟାର୍ଥ ଶଙ୍କର ଜେନା, ସୌମେନ୍ଦ୍ର ପୃଷ୍ଟି , ଶିବପ୍ରସାଦ ବିଶ୍ୱାଳ,ରଶ୍ମୀରଞ୍ଜନ ଚୌଧୁରୀ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।


