କୁସୁମଖୁଣ୍ଟି ଠାରେ ପାଣି ପଞ୍ଚାୟତ ପକ୍ଷ ପାଳନ

କଳାହାଣ୍ଡି- ଓଡ଼ିଶା ସରକାର ଜଳ ସମ୍ପଦ ବିଭାଗ ଆନୁକୂଲ୍ୟରେ କଳାହାଣ୍ଡି ବହୁମୁଖୀ ଇନ୍ଦ୍ରାବତୀ ବାମ କେନାଲ ବିଭାଜନ ୧ କୁସୁମଖୁଣ୍ଟି ନିର୍ବାହୀ ଯନ୍ତ୍ରୀ କାର‌୍ୟଳୟ ପରିସର ରେ ପାଣି ପଞ୍ଚାୟତ ପକ୍ଷ ପାଳନ ହୋଇଛି । ନିର୍ବାହୀ ଯନ୍ତ୍ରୀ ଅଜିତ ପାତ୍ର ଙ୍କ ଅଧ୍ୟକ୍ଷତାରେ ପାଣି ପଞ୍ଚାୟତ ସଭାପତି ଦୀପ୍ତି ପ୍ରହରାଜ, ମୁଖ୍ୟ ବକ୍ତା ରୂପେ ବରିଷ୍ଟ ସାମ୍ବାଦିକ ସେସଦେବ ବେହେରା, ସମ୍ମାନୀୟ ଅତିଥି ରୂପେ ଦକ୍ଷିଣ କେନାଲ ନିର୍ବାହୀ ଯନ୍ତ୍ରୀ ଇଂ ରାଜ କିଶୋର ବେହେରା, ଶରତ ଚନ୍ଦ୍ର ପଟ୍ଟନାୟକ, ଜଗନ୍ନାଥ ମାଝୀ ପ୍ରମୂଖ ଯୋଗ ଦେଇ ଏହି ବିଭାଜନ ଅନ୍ତର୍ଗତ ୧୫୭ ପାଣି ପଞ୍ଚାୟତ ରେ କେମିତି କେନାଲ ସୁପରିଚାଳନା ଓ ପ୍ରତି ଚାଷ ଜମିକୁ କେମିତି ପାଣି ପହଂଚିବ ସେନେଇ ଚାଷି ମାନଙ୍କ ମଧ୍ୟରେ ସହଭାଗୀତା ର ଆବଶ୍ୟକତା ରହିଛି ବୋଲି କହିଥିବା ବେଳେ ପାଣି ସୁପରିଚଳନା ରେ କୁସୁମଖୁଣ୍ଟି କେନାଲ ଡିଭିଜନ ଅପାରଗତା କୁ ନେଇ ଚାଷି ଙ୍କ ମଧ୍ୟରେ ଆକ୍ରୋଶ ଦେଖା ଦେଇଥିଲା କେନାଲ ମରାମତି ଅଭାବ ରୁ କେନାଲ ଗୁଡିକ ଜରାଜିର୍ଣ୍ଣ ଅବସ୍ଥାରେ ପଡିରହିଛି । ଯାହା ଦ୍ୱାରା ଚାଷି ପାଣି ପାଇବାରେ ବଂଚିତ ରହୁଛନ୍ତି, ଏଣୁ ଆଗାମୀ ଦିନ ରେ ପାଣି ପଞ୍ଚାୟତ କୁ କେନାଲ ମରାମତି ପାଇଁ କ୍ଷମତା ଦିଆଯାଉ ବୋଲି ଚାଷି ମାନେ ଦାବି କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ