କୁହୁଡି ଲବଣ ସତ୍ୟାଗ୍ରହ ପୀଠ ର ବିକାଶପାଇଁ ରାଜ୍ୟପାଳଙ୍କୁ ଦାବିପତ୍ର

ନିମାପଡ଼ା, (ସନ୍ତୋଷ ଦାଶ):ସ୍ଵାଧିନତା ସଂଗ୍ରାମ ର ଏନ୍ତୁଡ଼ିସାଳ ,ଲବଣ ସତ୍ୟାଗ୍ରହ ର ସ୍ମୁତି ବହନ କରୁଥିବା ପୁରୀ ଜିଲ୍ଲା ଅସ୍ତରଙ୍ଗ କୁହୁଡି ସ୍ଥିତ ଲବଣ ସତ୍ୟାଗ୍ରହ ପୀଠ ଏବେ ଅବହେଳିତ ହୋଇପଡ଼ିଛି। ସାରା ଦେଶରେ ସ୍ଵାଧିନତା ର ଅମୃତ ମହୋତ୍ସବ ପାଳିତ ହେଉଥିବା ବେଳେ ଏହି ସ୍ଥାନ ପ୍ରତି କାହାରି ଦୃଷ୍ଟି ପଡୁନଥିବା ରୁ ବୁଦ୍ଧିଜୀବି ମହଲ ରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏହିଠାରେ ସ୍ୱାଧୀନତା ସଂଗ୍ରାମୀ ନୀଳକଣ୍ଠ ଦାସ ଙ୍କ ନେତୃତ୍ୱ ରେ ଆନ୍ଦୋଳନକାରି ମାନେ ଇଂରେଜ ପୁଲିସ ଆଖିରେ ଧୂଳି ଦେଇ ଲୁଣ ମାରିଥିଲେ। ଇଂରେଜ ପୁଲିସ ୩୨ ଜଣ ସ୍ଥାନୀୟ ସଂଗ୍ରାମୀ ମାନଙ୍କୁ ଗିରଫ କରି ଚଲାଇ ଚଲାଇ ପୁରୀ ଏବଂ ପାଟନା ଜେଲରେ ଭର୍ତ୍ତୀ କରିଥିଲେ। କିନ୍ତୁ ଦେଶ ୭୬ ତମ ସ୍ୱାଧୀନତା ଦିବସ ପାଳନ କରିସାରିଥିବା ବେଳେ ଏହି ସଂଗ୍ରାମୀ ପୀଠ ଆଜି ମଧ୍ୟ ଅବହେଳିତ ଅବସ୍ଥାରେ ପଡ଼ିରହିଛି।କେବଳ ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ନାମ ଲିଖିତ ଥିବା ଏକ ଫଳକ ମଧ୍ୟରେ ସୀମିତ ରହିଛି ଏହି ପୀଠ।ସେହି ପୂର୍ବଜ ସ୍ମୃତି କୁ ମନେ ପକାଇବାକୁ ଉତ୍କଳ ସଂଗ୍ରାମୀ ସ୍ମୃତି ସମିତି ଓ କୁହୁଡି ଗ୍ରାମବାସୀ ମାନଙ୍କ ମିଳିତ ସହଯୋଗ ରେ ପ୍ରତିବର୍ଷ ମେ ୨୧ ତାରିଖ ଦିନ ଏଠାରେ ସ୍ମୃତି ଚାରଣ ସଭା ଆୟୋଜନ କରାଯାଇ ଆସୁଅଛି। କିନ୍ତୁ ଗତ ପାଞ୍ଚ ବର୍ଷ ହେଲା ଓଡିଶା ସରକାରଙ୍କ ସୂଚନା ଓ ଲୋକ ସଂପର୍କ ବିଭାଗ ଓ ଉତ୍କଳ ସଂଗ୍ରାମୀ ସ୍ମୃତି ସମିତି ର ମିଳିତ ଆନୁକୂଲ୍ୟରେ ସମାରୋହ ସୁଚାର ରୂପେ ପାଳନ ହେଉଛି। କିନ୍ତୁ ସ୍ୱାଧୀନତା ସଂଗ୍ରାମୀ ଓ ଲବଣ ସତ୍ୟାଗ୍ରହ ଦାୟାଦ ଙ୍କୁ ଅଣଦେଖା କରାଯାଇଥିବାରୁ ଏହା ସେମାନଙ୍କୁ ମର୍ମାହତ କରିଛି। ଏହି ପୀଠ ର କୌଣସି ବିକାଶ ହେଉନାହିଁ । ସେଥିପାଇଁ ପାଇଁ ଉତ୍କଳ ସଂଗ୍ରାମୀ ସ୍ମୃତି ସମିତି ତରଫରୁ ଏକ ୯ ଜଣିଆ ଦଳ ମହାମହିମ ରାଜ୍ୟପାଳ ଗଣେଷି ଲାଲ ଙ୍କୁ ଭେଟି ପୀଠ ର ଉନ୍ନତି କରିବା ପାଇଁ ଏକ ସ୍ମାରକ ପତ୍ର ପ୍ରଦାନ କରିବା ସହ ମହାମହିମ ରାଜ୍ୟପାଳ ଙ୍କୁ କୁହୁଡି ଲବଣ ସତ୍ୟାଗ୍ରହ ପୀଠ ପରିଦର୍ଶନ କରିବା ପାଇଁ ଅନୁରୋଧ କରିଛନ୍ତି। କୁହୁଡି ଲବଣ ସତ୍ୟାଗ୍ରହ ସଂଗ୍ରାମୀ ସ୍ମୃତି ପୀଠକୁ ସରକାର ଙ୍କ ପକ୍ଷରୁ ଐତିହ୍ୟ ଓ ପର୍ଯ୍ୟଟନ କେନ୍ଦ୍ର ରୂପେ ଘୋଷଣା କରିବାକୁ,ପ୍ରତିବର୍ଷ କୁହୁଡି ଠାରେ ମେ ୨୧ ତାରିଖ ଲବଣ ସତ୍ୟାଗ୍ରହ ସ୍ମାରକୀ ଦିବସ କୁ ସରକାରୀ ସ୍ତରରେ ପାଳନ କରାଯିବା ପାଇଁ ସୂଚନା ଓ ଲୋକ ସମ୍ପର୍କ ବିଭାଗର ବାର୍ଷିକ କ୍ୟାଲେଣ୍ଡର କାର୍ଯ୍ୟକ୍ରମ ରେ ସ୍ଥାନୀତ କରିବାକୁ, ଏକ ହଜାର ରୁ ଉର୍ଦ୍ଧ ଦର୍ଶକ ବସିବା ଭଳି କୁହୁଡି ପୀଠରେ ଏକ ଶୀତ ତାପ ନିୟନ୍ତ୍ରିତ ସ୍ୱାଧୀନତା ସଂଗ୍ରାମୀ ସ୍ମୃତି ଭବନ ନିର୍ମାଣ କରିବାକୁ,ମହାତ୍ମାଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ଥାଇ ଏକ ସୁନ୍ଦର ଉଦ୍ୟାନ, ବାଟିକା ପ୍ରତିଷ୍ଠା କରିବାକୁ, ଦିବଂଗତ ଲବଣ ସତ୍ୟଗ୍ରହୀ ସଂଗ୍ରାମୀ ମାନଙ୍କ ଏକ ସୁଦୃଶ ସ୍ମୃତି ସ୍ତମ୍ଭ ନିର୍ମାଣ ଓ ପୀଠ ରେ ଉଚ୍ଚ କୋଟି ର ଆଲୋକୀ କରଣ ବ୍ୟବସ୍ଥା କରିବାକୁ,ସ୍ମୃତି ପୀଠ ରେ ପଣ୍ଡିତ ଗୋପବନ୍ଧୁ ଦାସ ଓ ପଣ୍ଡିତ ନୀଳକଣ୍ଠ ଦାସ ଙ୍କ ଚାରି ଫୁଟ ଉଚ୍ଚତା ବିଶିଷ୍ଟ ପ୍ରତିମୂର୍ତ୍ତି ସ୍ଥାପନ କରିବାକୁ,କୁହୁଡି ପୀଠରେ କମ୍ୟୁନିଟି ଟୟଲେଟ ଟିଏ ନିର୍ମାଣ କରିବାକୁ, ସ୍ମୃତିପୀଠ ର ସୁରକ୍ଷା ଓ ସୁପରିଚାଳନା ପାଇଁ ଏଠାରେ ଏକ କାର୍ଯ୍ୟାଳୟ ଗୃହ ନିର୍ମାଣ ଓ ଏକ ସ୍ଥାୟୀ ଜଗୁଆଳି ନିଯୁକ୍ତି ବ୍ୟବସ୍ତା କରିବାକୁ, ଅସ୍ତରଙ୍ଗ ସ୍ଥିତ ଲବଣ ସମବାୟ ସମିତି ର ଜୀର୍ଣ୍ଣଶୀର୍ଣ୍ଣ ଅବସ୍ଥାରେ ଥିବା ସ୍ଥାନରେ ଲବଣ ସତ୍ୟାଗ୍ରହୀ ସ୍ମୃତି ମି୍ୟୁଜିୟମ ନିର୍ମାଣ କରିବାକୁ, ଏହି ମ୍ୟୁଜିୟମ କୁ ସ୍ୱାମୀଜୀ ପୂର୍ଣ୍ଣାନନ୍ଦ ସ୍ବାଇଁଙ୍କ ନାମରେ ନାମିତ କରିବାକୁ,ଏଠାରେ ଏକ ଟାଉନ ହଲ ଓ ସର୍ବସାଧାରଣ ପାଠାଗାର ପ୍ରତିଷ୍ଠା କରିବାକୁ, କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ମିଳିତ ସହଯୋଗ ରେ ଲବଣ ସତ୍ୟାଗ୍ରହୀ ସ୍ୱାମୀଜୀ ପୂର୍ଣ୍ଣାନନ୍ଦ ସ୍ବାଇଁ ସ୍ମୃତି ବିଦ୍ୟାପୀଠ କୁ ସରକାରୀ ସହାୟତା ରେ ଏକ ସ୍ୱତନ୍ତ୍ର ଆବାସିକ ବିଦ୍ୟାଳୟ ରେ ପରିଣତ କରିବାକୁ, ସରକାର ଙ୍କ ରାଜ୍ବସ ବିଭାଗ ପକ୍ଷରୁ କୁହୁଡି ସ୍ମୃତି ପୀଠ ସ୍ଥାନ କୁ ସରକାରୀ ଖାତା ରେ ରେକର୍ଡ ଭୁକ୍ତ କରିବାକୁ, ରାଜ୍ୟ ସରକାର ଙ୍କ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ଓ ରାଜ୍ୟ ପତ୍ନତତ୍ତ୍ୱ ବିଭାଗ ପକ୍ଷରୁ କୁହୁଡି ପୀଠର ସାମଗ୍ରୀ ବିକାଶ ପାଇଁ ସ୍ୱତନ୍ତ୍ର ନକ୍ସା ପ୍ରସ୍ତୁତ କରିବାକୁ, ପୀଠ ର ପାରିପାଶ୍ୱିକ ବିକାଶ ଓ ଚତୃପାର୍ଶ୍ୱ ରେ ପ୍ରାଚୀର ନିର୍ମାଣ କରିବାକୁ, କୁହୁଡି ଗ୍ରାମକୁ ସରକାର ଙ୍କ ତରଫରୁ ଆଦର୍ଶ ଗ୍ରାମର ଘୋଷଣା କରିବାକୁ, ଖଦୀ ଓ ଗ୍ରାମ ଉଦ୍ୟୋଗ ବିଭାଗ ପକ୍ଷରୁ କୁହୁଡି ଠାରେ ଏକ ସ୍ୱତନ୍ତ୍ର ଆତ୍ମ ନିଯୁକ୍ତି ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ,କୁହୁଡି ଲବଣ ସତ୍ୟାଗ୍ରହ କଥା, ଇତିହାସ କୁ ସରକାରୀ ପାଠ୍ୟ ପୁସ୍ତକ ରେ ସ୍ଥାନିତ କରିବାକୁ ପ୍ରଭୁତି ଦାବୀପତ୍ର ରେ ଉଲ୍ଲେଖ ରହିଛି। ଏହି ୯ ଜଣିଆ ଟିମ ରେ ଉତ୍କଳ ସଂଗ୍ରାମୀ ସ୍ମୃତି ସମିତି ସଭାପତି ତଥା ସ୍ଵାଧିନତା ସଂଗ୍ରାମୀ ସୋମନାଥ ପାତ୍ର, କାର୍ଯ୍ୟକାରୀ ସଭାପତି ଅମୀୟ କୁମାର ପଟ୍ଟନାୟକ, ଶିକ୍ଷାବିତ କାଳନ୍ଦୀ ଚରଣ ଛାଟୋଇ, ମହେଶ୍ୱର ନାୟକ, ପବିତ୍ର କୁମାର ସ୍ବାଇଁ, ସତ୍ୟବ୍ରତ ଲେଙ୍କା, ଅର୍ଜୁନ ମଲ୍ଲିକ, ଭୋଳାନାଥ ସ୍ବାଇଁ, ଚିତ୍ତ ରଞ୍ଜନ କର ପ୍ରମୁଖ ରାଜଭବନ ଗ୍ରସ୍ତ କରି ରାଜ୍ୟପାଳ ଙ୍କୁ ଦାବୀ ପତ୍ର ପ୍ରଦାନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ