କୂଅ ଭିତରୁ ଅଜଗର ଉଦ୍ଧାର କଲା ବନବିଭାଗ

ବୁଗୁଡ଼ା (ଅନିଲ ମହାରଣା): ବୁଗୁଡ଼ା ବନାଞ୍ଚଳ କର୍ମଚାରୀ ଆଜି ଏକ କୂଅ ମଧ୍ୟରୁ ଏକ ଅଜଗର ସର୍ପକୁ ଉଦ୍ଧାର କରି ଜଙ୍ଗଲରେ ଛାଡିଛନ୍ତି। ଏପ୍ରିଲ ୧୦ ତାରିଖ ସକାଳେ ଜଙ୍ଗଲ ନିକଟରେ ଥିବା ନୂଆପଲ୍ଲୀ ଗ୍ରାମର ଏକ କୂଅ ଭିତରେ ଏକ ଅଜଗର ସାପ ପଡ଼ିଯାଇଥିଲା। ଗ୍ରାମର ଲୋକ ମାନେ ଏହି ବିଷୟ ବନାଞ୍ଚଳ ଅଧିକାରୀଙ୍କୁ ଜଣାଇଥିଲେ। ବୁଗୁଡ଼ା ବନାଞ୍ଚଳ ଅଧିକାରୀ ଫକୀର ଚରଣ ବେହେରାଙ୍କ ବନବିଭାଗ କର୍ମଚାରୀମାନଙ୍କୁ ଅଜଗର ଉଦ୍ଧାର କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଭୀଷଣ ଖରା ତାପ ସହିନପାରି ଅଜଗରଟି ଗାଁ ମୁହାଁ ହୋଇଥିଲା। ସାପଟି କୌଣସି ଲୋକଙ୍କ ଘରେ ପଶିବା ଆଗରୁ ଲୋକ ଦେଖି ଦେବା ପରେ ହୋହାଲ୍ଲା କରିଥିଲେ। ଏଥିରେ ସାପଟି ବିଚଳିତ ହୋଇ ଏକ କୂଅ ଭିତରେ ଗଳି ପଡ଼ିଥିଲା। ବନରକ୍ଷୀ ମୁନା ଦାସ, ପ୍ରଦୀପ କୁମାର ପରିଚାଙ୍କ ସମେତ ପାରାଫରେଷ୍ଟର ରଶ୍ମିରଞ୍ଜନ ପ୍ରଧାନ ଘଟଣା ସ୍ଥଳକୁ ଯାଇ ଅଜଗରକୁ କୂଅରୁ ଉଦ୍ଧାର କରିଥିଲେ। ଅଜଗରଟି ସାତ ଫୁଟ ଲମ୍ବର ହୋଇଥିବା ବେଳେ ଉଦ୍ଧାର ଅଜଗରଟିକୁ ଜଙ୍ଗଲରେ ଛାଡିଦିଆଯାଇଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ