କୂଅ ରେ ପଡ଼ି ନାବାଳକ ର ମୃତ୍ୟୁ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ) :ପାଟପୁର ଥାନା ଅନ୍ତର୍ଗତ ମହାନଲା ଗ୍ରାମ ରେ ନାବାଳକ କୂଅ ରେ ପଡ଼ି ମୃତ୍ୟୁ ବରଣ କରୁଥିବା ଦେଖିବାକୁ ମିଳିଛି। ଏଭଳି ଦୁଃଖଦ ଘଟଣା ଅଞ୍ଚଳ ରେ ଶୋକର ଛାୟା ଖେଳିଯାଇଛି। ଶନିବାର ସଂଧ୍ୟା ରେ ପିଲାମାନଙ୍କ ସହ ମହାନଲାର ଗୋବିନ୍ଦ ପାଣିଗ୍ରାହୀ ଙ୍କ ପୁତ୍ର ନିଖିଲ(୪ ) ବର୍ଷ ଖେଳୁଥିବା ବେଳେ ଦୌଡା ଦୌଡ଼ି ବେଳେ ଅସାବଧାନତା ଯୋଗୁଁ ବ୍ଲକ ସାହି ରୋଡ ପାର୍ଶ ରେ ଥିବା କୂଅ ରେ ପଡ଼ି ଯାଇଥିଲା । ସ୍ଥାନୀୟ ଲୋକେ ବଞ୍ଚାଇବାକୁ ଚେଷ୍ଟା କରି ବିଫଳ ହେବା ପରେ ସାନଖେମୁଣ୍ଡି ଅଗ୍ନିଶମ କୁ ଖବର ଦେଇଥିଲେ, ଦମକଳ ବାହୀନି ଘଟଣାସ୍ଥଳରେ ପହଞ୍ଚି ନିଖିଲକୁ ଉଦ୍ଧାର କରି ଦିଗପହଣ୍ଡି ମେଡ଼ିକାଲ ନେଇଥିଲେ । ସେଠାରେ ଡକ୍ଟର ମୃତ୍ୟୁ ହୋଇଥିବା ଘୋଷଣା କରିଥିଲେ । ଖବର ପାଇ ସାନଖେମୁଣ୍ଡି ବିଡ଼ିଓ ଗାୟତ୍ରୀ ଦତ୍ତ ନାୟକ ମୃତ ନାବାଳକ ର ଶୋକ ସନ୍ତପ୍ତ ପରିବାରଙ୍କୁ ସମବେଦନା ଜଣାଇବା ସହ ସରକାରୀ ସ୍ତରରେ ଯାହା ସାହାର୍ଯ୍ୟ ପ୍ରଦାନ କରାଯିବା ବୋଲି ପ୍ରତିଶୁତି ଦେଇଥିଲେ । ଏନେଇ ସାନଖେମୁଣ୍ଡି ତହସିଲ ପକ୍ଷରୁ ଯାଞ୍ଚ କରାଯାଇଛି । ଗ୍ରାମବାସୀ ତହସିଲଦାର ଙ୍କୁ ଲିଖିତ ଅଭିଯୋଗ ଦେଇଥିବା ଜଣାପଡିଛି ।