କୃତିଛାତ୍ରୀ ପୁଣ୍ୟବତୀ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ ୨୦୨୬-୨୭ ପାଇଁ ମନୋନୀତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ଗୋଷାଣି ବ୍ଲକର ଗୋଷାଣି ପିଏମଶ୍ରୀ ସରକାରୀ ହାଇସ୍କୁଲର ଛାତ୍ରୀ କାଲାବାଲା ପୁଣ୍ଯବତୀ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ (୨୦୨୬-୨୭)ରେ ନିଜର ପ୍ରକଳ୍ପ ଉପସ୍ଥାପନା କରିବାପାଇଁ ମନୋନୀତ ହୋଇଛନ୍ତି।ଏଥିପାଇଁ ସ୍ଥାନୀୟ ଭୂବନେଶ୍ୱର ସ୍ଥିତ ଡୁନ୍ ଇଣ୍ଟରନେସନାଲ ସ୍କୁଲରେ ମନୋନୟନ କରାଯାଇଥିଲା। ୩୦୦ ବିଭିନ୍ନ ବିଜ୍ଞାନ ସମ୍ୱନ୍ଧୀୟ ପ୍ରକଳ୍ପ ମଧ୍ୟରୁ ପୁଣ୍ଯବତୀଂକର “ଷ୍ଟଡି ଅଫ୍ ଇକୋ-ବାୟୋ ଇନସେକ୍ଟିସାଇଡ୍ସ ଇନ୍ କ୍ରପ୍ ଏନରିଚମେଣ୍ଟ” ସମସ୍ତ ଜୁରୀଂକୁ ଆକର୍ଷିତ ଏବଂ ସେମାନେ ଏହି ଛାତ୍ରୀଙ୍କ ପ୍ରକଳ୍ପକୁ ଜାତୀୟସ୍ତରରେ ଭାଗ ନେବାକୁ ମନୋନୀତ କରିଥିଲେ।ଏହି ପ୍ରକଳ୍ପ ରାସାୟନିକ ପଦାର୍ଥ ବିନା ଏକ ଇକୋ ସମନ୍ଵୟ ଏବଂ ଜୈବ ବିବିଧତା ଯାହା ଚିରସ୍ଥାୟୀ କୃଷି  ବିକଳ୍ପ ପାଇଁ ଶ୍ରେଷ୍ଠ ତାହା ସେ ନିଜ ଉପସ୍ଥାପନାରେ ପ୍ରମାଣିତ କରିଥିଲେ ।ଏହି ପ୍ରକଳ୍ପ ପାଇଁ ସ୍କୁଲର ବିଜ୍ଞାନ ଶିକ୍ଷକ ଶିବରାମ ପାଣିଗ୍ରାହୀ ପ୍ରେରଣା ଓ ସହଯୋଗ କରିଥିଲେ।ଏହି ପ୍ରକଳ୍ପ ଉପସ୍ଥାପନା ପାଇଁ ନିଜର ନବସୃଜନ ଜ୍ଞାନକୁ ଉନ୍ମୁକ୍ତ କରିଥିବାରୁ ଜିଲ୍ଲା ଶିକ୍ଷା ଅଧିକାରୀ ଡ.ମାୟାଧର ସାହୁ, ବିଜ୍ଞାନ ନିରିକ୍ଷକ ଓ୍ଵାଇ.କ୍ରିଷ୍ଣାରାଓ,ଗୋଷାଣି ବିଇଓ ଟି. କିଶୋର ଏବଂ ଏବିଇଓ ଏନ୍. ବିମଳ ପୁଣ୍ଯବତୀଂକୁ ଶୁଭେଚ୍ଛା ଜଣାଇଛନ୍ତି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ