କୃତିତ୍ୱ ଖେଳାଳୀଙ୍କୁ ସମ୍ବର୍ଦ୍ଧିତ କଲେ ଜିଲ୍ଲାପାଳ,ଏସପି

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍‌): ଓପେନ୍ ଜାତୀୟ ଟାଏକୋଣ୍ଡା ଚାମ୍ପିୟନ ସିପରେ କୃତିତ୍ୱ ଲାଭ କରିଥିବା ଖେଳାଳୀ ମାନଙ୍କୁ ଗଂଜାମ ଜିଲ୍ଳାପାଳ , ଏସପି ଶୁକ୍ରବାର ସମ୍ବର୍ଦ୍ଧିତ କରିଥିଲେ ।କୃତି ଛାତ୍ରଛାତ୍ରୀ ମାନେ ଗତ ଡିସେମ୍ବର ମାସ ୨୧ ତାରିଖରୁ ୨୪ ତାରିଖ କଲିକତା ଗିରିସପାର୍କରେ ଅନୁଷ୍ଠିତ ଓପେନ ଜାତୀୟ ଟାଏକୋଣ୍ଡ ଚମ୍ପିୟାନସିପରେ ଗଂଜାମ ଜିଲ୍ଲା ଛତ୍ରପୁର ସହରର ୮ଜଣ ଖେଳାଳି ବିଭିନ୍ନ ବର୍ଗରେ ଅଂଶଗ୍ରହଣ କରିଥିଲେ । ଏହି ଖେଳାଳୀ ମାନେ ହେଲେ । କୃତିତ୍ୱ ହାସଲ କରିଥିବା ଖେଳାଳୀ ମାନଙ୍କ ମଧ୍ୟରୁ ସିଏଚ୍‌. ଇନ୍ଦୁପ୍ରଭା, ପିୟୁସ ପ୍ରସାଦ ଷଡଙ୍ଗି ଓ ଅମ୍ବିତ ପ୍ରସାଦ ଗୈାଡ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ବେଳେ ପ୍ରେମ ପ୍ରସାଦ ପଲାଇ ରୈାପ୍ୟ ପଦକ ହାସଲ କରିଛନ୍ତି । ସେହିପରି ରୁନସି ବେହେରା କାଂସ୍ୟ ପଦକ ହାସଲ କରିଛନ୍ତି । ପି.ଅଭିମନ୍ୟୁ ରେଡ୍ଡୀ, ବିକାଶ ଗୈାଡ, ପାପୁନା ଦାସ ଶ୍ରେଷ୍ଠ ପ୍ରଦର୍ଶନୀ କରିଥିଲେ ।ସୂଚନା ଯୋଗ୍ୟ ପୂର୍ବରୁ ଆନ୍ତର୍ଜାତୀୟ କୋଚ କେ.ମନୋଜ ପ୍ରଧାନଙ୍କ ନେତୃତ୍ୱ ରେ ଜିଲ୍ଲା ବହୁ କ୍ରିଡା ବିତ୍ ବିଭିନ୍ନ ଜାତୀୟ, ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି କୃତିତ୍ୱ ହାସଲ କରିଛନ୍ତି । ଏଥିରେ ଗଂଜାମ ଜିଲ୍ଲାଟାଏକୋଣ୍ଡ ଏସୋସିଏସନର ସଭାପତି ଶ୍ରୀକାନ୍ତ ମହାନ୍ତି , ଡଃ.ଅନୀତା ମିଶ୍ର, ସିଏଚ୍‌. ପ୍ରସାଦ ନାୟକ, ଜନୋଜ କୁମାର ମହାରଣା, ଅମ୍ବିକା ପ୍ରସାଦ ଦାଶଙ୍କ ସମେତ ଅଭିଭାବକ ମାନେ ଉପସ୍ଥିତ ଥଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ