କୃଷକମାନଙ୍କୁ ପ୍ରଶିକ୍ଷଣ ଏବଂ କୃଷକ ସଭା

ଭୁବନେଶ୍ୱର : ଇଷ୍ଟ ୱେଷ୍ଟ ସିଡ୍‌ସ୍ ନଲେଜ ଟ୍ରାନ୍ସଫର, ଭୁବନେଶ୍ୱର ତରଫରୁ ସଦର କେନ୍ଦୁଝର ଜିଲ୍ଲା ନୂଆଗାଁ ପଞ୍ଚାୟତର ନରସିଂହପୁର ଗ୍ରାମଠାରେ କୃଷକମାନଙ୍କୁ ଏକ ପ୍ରଶିକ୍ଷଣ ଶିିବିର ଏବଂ କୃଷକ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ କେନ୍ଦୁଝର କୃଷିବିଜ୍ଞାନ କେନ୍ଦ୍ରର କର୍ମଚାରୀ, ହର୍ଟିକଲ୍‌ଚର କର୍ମଚାରୀ, ସିଫା କୃଷିଭିତ୍ତିକ କର୍ମଚାରୀ, କମ୍ପାନୀର ମହାରାଷ୍ଟ୍ର ଏବଂ ବେଙ୍ଗାଲୁରରୁ ଆସିଥିବା କୃଷି ବୈଜ୍ଞାନିକମାନେ ଯୋଗ ଦେଇଥିଲେ । କମ୍ପାନୀ ତରଫରୁ ଅଧା ଏକର ଜମିରେ ବିଭିନ୍ନ ଉନ୍ନତ ଆଧୁନିକ ଜ୍ଞାନକୌଶଳ ବ୍ୟବହାର କରି ବାର ପ୍ରକାର ଫସଲ ଡ଼େମୋଷ୍ଟ୍ରେସନ ଏବଂ ଏହାର ନିକଟବର୍ତ୍ତୀ ଚାଷୀମାନଙ୍କୁ ପ୍ରଶିକ୍ଷଣ ଦେଉଅଛି । ଏଥିରେ ଭାଗ ନେଇଥିବା କୃଷକମାନଙ୍କୁ ଏହି ପ୍ରଶିକ୍ଷଣରେ କମ୍ପାନୀ ତରଫରୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ