କୃଷକସଂଘ ସଭାପତି ସୂର୍ଯ୍ୟନାରାୟଣ ପଟ୍ଟନାୟକଙ୍କ ମାତୃ ବିୟୋଗ, ବିଭିନ୍ନ ମହଲରେ ଶୋକ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଆଜି ଭୋର ୩.୩୦ ଘଣ୍ଟା ସମୟରେ ଶ୍ରୀକରଣସାହି ନିବାସୀ ଗଜପତି ଜିଲ୍ଲା କୃଷକ ସଂଘ ସଭାପତିଂକ ମାତା ପ୍ରମିଳା ପଟ୍ଟନାୟକଂକ ପରଲୋକ ହୋଇଯାଇଛି। ମ୍ରୁତ୍ୟୁ ବେଳକୁ ୭୫ ବର୍ଷ ହୋଇଥିଲା। ସେ ବିଶିଷ୍ଟ ସମାଜସେବୀ ସ୍ୱର୍ଗତ ନିତ୍ୟାନନ୍ଦ ପଟ୍ଟନାୟକଙ୍କ ପତ୍ନୀ ଥିଲେ।ଏକ ଶ୍ରଦ୍ଧାଳୁ ତଥା ନିଜର ଅମାୟିକ ବ୍ଯବହାର ଦ୍ବାରା ସମସ୍ତେ ତାଂକୁ ସମ୍ମାନିତ କରୁଥିଲେ।ପତିଂକ ଆଦର୍ଶରେ ଅନୁପ୍ରାଣିତ ହୋଇ ନିଜର ରାଧାକୃଷ୍ଣ ମନ୍ଦିରର ସୁପରିଚାଳନା ଦାୟିତ୍ୱ ତୂଲାଉଥିଲେ।ତାଂକର ମ୍ରୁତ୍ୟୁରେ ପାରଳାବାସୀ ଦୁଃଖରେ ଅଭିଭୂତ ହୋଇଛନ୍ତି।ଅଧିକାରୀ ପରିବାର ହିସାବରେ ତାଂକର ଶ୍ରେଷ୍ଠ ସମ୍ମାନ ଥିଲା। ତାଂକରି ମ୍ରୁତ୍ୟୁରେ ପୂର୍ଣ୍ଣଚନ୍ଦ୍ର ମହାପାତ୍ର,ବିନୋଦ ଜେନା, ବିଚିତ୍ରାନନ୍ଦ ବେବର୍ତ୍ତା,ଭାଗବତ ପାଢୀ,ଭାରତଭୂଷଣ ମହାନ୍ତି, ପୂର୍ଣଚନ୍ଦ୍ର ରଥ,ଗଜପତି ଜିଲ୍ଲା ଏସୟୁଜେ ସାମ୍ବାଦିକ ସଂଘର ସଭାପତି ଗରୁଡ଼ ଧୌଜ ଚୌଧୁରୀ, ସାଧାରଣ ସମ୍ପାଦକ ତାରିଣୀ ପ୍ରସାଦ ପଣ୍ଡା, ବରିଷ୍ଠ ସାମ୍ବାଦିକ ଗଣେଶ ରାଜୁ, କୃଷ୍ଣ କୁମାର ବେହେରା, ପପୁ ମିଶ୍ର ପ୍ରମୁଖଙ୍କ ସମେତ ଡ.କଲ୍ୟାଣୀ ମିଶ୍ର, ଆଶାଲତା ପାଣିଗ୍ରାହୀ,ଡ.ଭାରତୀ ପାଣିଗ୍ରାହୀ, ଡ.ରୀନା ସାହୁ ତଥା ବିଭିନ୍ନ ସାଂସ୍କୃତିକ ଓ ସାରସ୍ୱତ ଅନୁଷ୍ଠାନର କର୍ମକର୍ତ୍ତା ଗଭୀର ଶୋକ ପ୍ରକାଶ କରିଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ