କୃଷକ,ସୈନିକ ସ୍ମୃତି ପଦଯାତ୍ରା ଓ ଶ୍ରଦ୍ଧାଞ୍ଜଳି ସଭା
ବେଲଗୁଣ୍ଠା, (ସନ୍ତୋଷ ବିଶୋୟୀ):ଉଭୟ କୃଷକ, ସୈନିକ ଙ୍କ ଭୂମିକା ରାଷ୍ଟ୍ର ହିତରେ ଅତି ଗୁରୁତ୍ୱପୂର୍ଣ ଅଟେ ଓ ସେହି ବର୍ଗ କୁ ସମ୍ମାନ, ସୁରକ୍ଷା ଆମ ସମସ୍ତଙ୍କ ଅଟେ l ରାଷ୍ଟ୍ରୀୟ କିଷାନ ମଜଦୁର ମହାସଂଘ ଓ ରେଷପଣ୍ଡ ଟ୍ରଷ୍ଟ ର ମିଳିତ ଆନୁକୂଲ୍ୟରେ ଲକ୍ଷ୍ମୀପୁର ରେ ଅଭାବନୀୟ ଘଟଣାରେ ବଳିଦାନ ଦେଇଥିବା କୃଷକ ଓ କାଶ୍ମୀର ଘାଟି ପୁଞ୍ଚ ରେ ବୀରଗତି ପ୍ରାପ୍ତ ସୈନିକ ମାନଙ୍କ ଅମର ଆତ୍ମା ର ସଦଗତି କାମନା ପୂର୍ବକ ଗୋବରା ମୁଖ୍ୟ ସଡ଼କ ରେ ଏକ ମହମବତୀ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଅଛି l ରାଷ୍ଟ୍ରୀୟ କିଷାନ ମଜଦୁର ମହାସଂଘ ସଭାପତି ସଚିନ ମହାପାତ୍ର ଓ ରେଷପଣ୍ଡ ଟ୍ରଷ୍ଟ ଅଧକ୍ଷ ସ୍ବସ୍ତି ସୁନ୍ଦର ସିଅ ଙ୍କ ମିଳିତ ଆହ୍ୱାନ ରେ ଅଂଚଳ ଅନେକ, ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ,ଶିକ୍ଷାବିତ ଛାତ୍ର, କୃଷକ, ସୈନିକ ଯୋଗଦେଇଥିଲେ l ସ୍ୱାଧୀନତା ସଂଗ୍ରାମୀ ବାଞ୍ଛାନିଧି ପଟ୍ଟନାୟକ ଙ୍କ ସ୍ମାରକୀ ପୀଠରେ ଏକ ସ୍ମୁତି ସଭାରେ ଶିକ୍ଷାଉଦ୍ୟୋଗୀ କୁଞ୍ଜବିହାରୀ ନାୟକ,ସାହିତ୍ୟିକ ଗୋପାଳ କୃଷ୍ଣ ଲେଙ୍କା, ସମାଜସେବୀ ରାମେଶ୍ୱର ପାତ୍ର,ବିଭୁପାଦ ଜେନା ଶିକ୍ଷାବିତ କବିରାଜ ପରିଡା, ଗୋପାଳ କୃଷ୍ଣ ନାୟକ, ପ୍ରଦୀପ କୁମାର ସ୍ୱାଇଁ ଓ ଅଞ୍ଚଳ ର ଅନେକ ଉତ୍ସାହି ଯୁବକ ଅରୁଣ,ବସନ୍ତ, ସତ୍ୟ, ତୁଷାର, କାନ୍ହୁ , ଶୁଭମ, ଜଗବନ୍ଧୁ ଯୋଗଦେଇ ଉଭୟ କୃଷକ ଓ ସୈନିକ ଙ୍କ ତ୍ୟାଗ, ସମର୍ପଣ ଅମାପ ବୋଲି ମତବ୍ୟକ୍ତ କରିଥିଲେ l