କାଶୀନଗର ବ୍ଲକ ଓ ଏନ୍ଏସିରେ ମୁଖ୍ୟମନ୍ତ୍ରୀଙ୍କ ୭୫ତମ ଜନ୍ମ ଦିବସ ପାଳିତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲ୍ଲା କାଶୀନଗର ବ୍ଲକ ଓ ଏନ୍ଏସିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୫ତମ ଜନ୍ମ ଦିବସ ପାଳିତ ହୋଇଯାଇଛି । ବ୍ଲକର ଗାନ୍ଧୀନଗର ଚର୍ଚ୍ଚ ଓ ଖାରଡା ଗ୍ରାମର ରାଧାକୃଷ୍ଣ ମନ୍ଦିର ଠାରେ ବ୍ଲକ ସଭାପତି ରକମ୍ ରାମପ୍ରସାଦଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କ ଜନ୍ମ ଦିନ ପାଳନ କରାଯାଇଛି । ଖାରଡା ଗ୍ରାମରେ ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କରି ଜଳାଭିଷକ କରାଯାଇଛି । ସେହିପରି କାଶୀନଗର ପୌରପାଳିକାରେ କାଶୀନଗର ଟାଉନ୍ ସଭାପତି ରଘୁରାମ ସାହୁ ଓ କାଶୀନଗରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି, କର୍ମୀଙ୍କ ଉପସ୍ଥିତିରେ ଗଜପତି ପାଠାଗାର ପ୍ରାଙ୍ଗଣରେ ମୁଖ୍ୟମନ୍ତ୍ରୀଙ୍କ ୭୫ ତମ ଜନ୍ମ ଦିନ ପାଳିତ କରାଯାଇଛି । ଉକ୍ତ ଉତ୍ସବରେ ସମସ୍ତ କର୍ମୀମାନେ କିପରି ମୁଖ୍ୟମନ୍ତ୍ରୀଙ୍କ ଜନହୀତକର କାର୍ଯ୍ୟମାନ ଜନସାଧାରଣଙ୍କ ନିକଟରେ ପହଂଚିବେ ସେ ନେଇ ଆଲୋଚନା ହୋଇଥିଲା । ତାପରେ କର୍ମୀମାନେ କାଶୀନଗର ମେଡିକାଲ ଯାଇ ସେଠାରେ ଥିବା ରୋଗୀମାନଙ୍କର ଅବସ୍ଥା ବୁଝି ରୋଗୀମାନଙ୍କୁ କିଛି ଫଳ, ରୁଟି ଓ ସୁଖିଲା ଖାଦ୍ୟ ଯୋଗାଦିଆଯାଇଥିବା ବେଳେ ସୁସ୍ଥ ଓ ଦୀର୍ଘାୟୁ ନିମନ୍ତେ କାମନା କରିଥିଲେ ।


