କୃଷକ ବିରୋଧି ୩ କଳା ଆଇନ ରଦ୍ଦ ଦାବୀ ନେଇ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଛତ୍ରପୁର ବିଡିଓଙ୍କୁ ଦାବିପତ୍ର ପ୍ରଦାନ

ଛତ୍ରପୁର (ଦେବଦତ୍ତ ମହାରଣା): କୃଷକ ବିରୋଧି ୩ କଳା ଆଇନକୁ ରଦ୍ଦ କରିବା ଦାବୀ ନେଇ ଦିଲ୍ଲୀରେ ଚାଲିଥିବା ଐତିହାସିକ ଆନ୍ଦୋଳନକୁ ସମର୍ଥନ ଜଣାଇ ସୋମବାର ପୂର୍ବାହ୍ନରେ ଅଖିଳ ଭାରତ କୃଷକ ସଭା ଛତ୍ରପୁର ଓ ଚମାଖଣ୍ଡି ଆଂଚଳିକ କମିଟି ପକ୍ଷରୁ ଜିଲ୍ଲା ସଂପାଦକ ରାଜୀବ ଲୋଚନ ପଣ୍ଡାଙ୍କ ନେତୃତ୍ୱରେ ଏକ ଦାବି ପତ୍ର ଭାରତର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଛତ୍ରପୁର ବିଡିଓ ଅମ୍ବିକା ପ୍ରସାଦ ଦାଶଙ୍କୁ ପ୍ରଦାନ କରାଯାଇଛି । ଏହା ସହିତ ଧାନ ବିକ୍ରି କରିବା ନିମନ୍ତେ ଛତ୍ରପୁର ବ୍ଲକରେ ଚାଲିଥିବା ପଞ୍ଜୀକରଣ ର ସମୟସୀମା ବୃଦ୍ଧି କରିବା ସହ ସମସ୍ତ ଚାଷୀଙ୍କ ନାମ ପଞ୍ଜୀକରଣ କରିବା ନିମନ୍ତେ ସିପିଆଇ ଜିଲ୍ଲା ସହ ସଂପାଦକ ନୀଳକଣ୍ଠ ଦାଶ ବିଡିଓଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଏହି ଦାବୀ ପତ୍ର ପ୍ରଦାନ ବେଳେ ଯୁବ ଆଇନଜୀବି ଡି. ଆଦି ନାରାୟଣ ରେଡ୍ଡି, ଛତ୍ରପୁର ସିପିଆଇ ଜୋନାଲ ସଂପାଦକ ଏସ୍ କ୍ରିଷ୍ଣା ରେଡ୍ଡି, ଏସ୍‌. ତ୍ରିନାଥ ରେଡ୍ଡି, ସିକେନ୍ଦ୍ର ଖାନ୍‌, ଏନ୍ ସିମାଦ୍ରି ରେଡ୍ଡି, ପୂର୍ବତନ ସରପଂଚ ସିମାଂଚଳ ସାହୁ, ଶ୍ରମିକ ନେତା ଦୁର୍ଯ୍ୟୋଧନ ନାହାକ, ଦଣ୍ଡାସୀ ପାତ୍ର, ଯୋଗେନ୍ଦ୍ର ଗୌଢ, ଏନ୍ ମୁନା ପାତ୍ରଙ୍କ ସମେତ ବହୁ ଚାଷୀ ମାନେ ଉପସ୍ଥିତ ଥିଲେ । ୩ଟି କଳା କୃଷି ଆଇନ ରଦ୍ଦ ନ ହେଲା ପର୍ଯ୍ୟନ୍ତ ଚାଷୀଙ୍କ ହକ ନିମନ୍ତେ ଆନ୍ଦୋଳନ ଜାରି ରହିବ ବୋଲି ସିପିଆଇ ଜିଲ୍ଲା ସହ ସଂପାଦକ ଶ୍ରୀ ଦାଶ ଚେତାବନୀ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ