କୃଷକ ବିଲ ୨୦୨୦ ପ୍ରତିବାଦରେ କିଶାନ ସଂଘର୍ଷ କୋଡିନେସନ କମିଟି ର ଶୋଭାଯାତ୍ରା
କଳାହାଣ୍ଡି,(ଓ୍ବାଇଏନ୍ଏସ୍):କେନ୍ଦ୍ର ସରକାରଙ୍କ କୃଷକ ବିଲ ୨୦୨୦ ପ୍ରତିବାଦରେ ଜୁନାଗଡ଼ ଠାରେ କିଶାନ ସଂଘର୍ଷ କୋଡିନେସନ କମିଟି ର ଶୋଭାଯାତ୍ରା ଓ ବିକ୍ଷୋଭ ପ୍ରଦର୍ଶନ। ଶତାଧିକ ଚାଷୀ ଶୋଭାଯାତ୍ରା ରେ ସହର ପରିକ୍ରମା କରି ବ୍ଲକ ଅଫିସ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ପ୍ରଥମତଃ ସରକାର ଅଧ୍ୟାଦେଶ ଜରିଆରେ ବିଲ୍ ପାସ୍ କରି କୃଷି କ୍ଷେତ୍ରରେ କର୍ପୋରେଟ କୁ ପ୍ରୟାସ କରି ଚାଷୀଙ୍କ ସହ ବିଶ୍ବାସଘାତ କରିଥିବା ଅଭିଯୋଗ କରିଛନ୍ତି। ଦ୍ବିତୀୟତଃ ଜମାଖୋରୀ କୁ ଲାଭ ପହଞ୍ଚାଇବାକୁ ଯାଇ ବର୍ତ୍ତମାନ ର ନିୟନ୍ତ୍ରିତ ବଜାର କମିଟି ଆଇନ କୁ ଦୁର୍ବଳ କରାଯାଇଛି ଯାହାକୁ ଚାଷୀ ସ୍ବୀକାର କରିବ ନାହିଁ। ଆଇନ ପ୍ରତ୍ୟାହାର ନ ହେଲା ପର୍ଯ୍ୟନ୍ତ ଲଢେ଼ଇ ଜାରି ରହିବ ବୋଲି ଚାଷୀ ନେତା ଚେତାବନୀ ଦେଇଛନ୍ତି। ଏହି ଚାଷୀ ବିକ୍ଷୋଭ କୁ ବିଭିନ୍ନ ରାଜନୈତିକ ଦଳ ଓ ସଂଗଠନ ର ସମର୍ଥନ ରହିଛି।


