କୃଷକ ମାନଙ୍କ ଉପରେ ଗାଡି ଚଢାଇବା ଘଟଣାରେ ହତ୍ୟାକାରିକୁ ତୁରନ୍ତ ଗିରଫ୍ କରିବା ଦାବୀ ନେଇ ସଂଯୁକ୍ତ କିଶାନ ମୋର୍ଚ୍ଚା ପକ୍ଷରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ

ଛତ୍ରପୁର, (ଦେବଦତ୍ତ ମହାରଣା) : ସଂଯୁକ୍ତ କିଶାନ ମୋର୍ଚ୍ଚା ଛତ୍ରପୁର ପକ୍ଷରୁ ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର ଖେରିରେ ଶାନ୍ତିପୂର୍ଣ୍ଣ ଭାବେ ପ୍ରତିବାଦ କରୁଥିବା କୃଷକଙ୍କ ଉପରେ ବିଜେପିର କେନ୍ଦ୍ର ମନ୍ତ୍ରୀଙ୍କ ପୁଅଙ୍କ ନେତୃତ୍ୱରେ ଗାଡି ଚଢାଇ ୮ ଜଣ କୃଷକଙ୍କୁ ହତ୍ୟା କରାଯିବା ବିରୁଦ୍ଧରେ ସିପିଆଇ ଜିଲ୍ଲା ସହ ସମ୍ପାଦକ ନୀଳକଣ୍ଠ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ପ୍ରତିବାଦ ସଭା ରେ ସଂଯୁକ୍ତ କିଶାନ ମୋର୍ଚ୍ଚାର ନେତା ଓ କର୍ମୀ ମାନେ ସ୍ଲୋଗାନ ଦେବା ସହ କେନ୍ଦ୍ର ମନ୍ତ୍ରୀଙ୍କ ପୁଅକୁ ତୁରନ୍ତ ଗିରଫ୍ କରିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଏବଂ ତିନୋଟି କଳା କୃଷି ଆଇନ ରଦ୍ଦ କରିବା ଦାବୀ ନେଇ ସଂଯୁକ୍ତ କିଶାନ ମୋର୍ଚ୍ଚାର କର୍ମୀ ମାନେ ଆହ୍ୱାନ ଦେଇଥିଲେ । ଏହି ପ୍ରତିବାଦ ସଭାରେ ଯୁବ ଆଇନଜିବୀ ଡି. ଆଦି ନାରାୟଣ ରେଡ୍ଡୀ, ଅଖିଳ ଭାରତ କୃଷକ ସଭାର ଏସ୍‌. କ୍ରିଷ୍ଣା ରେଡ୍ଡି, ବିକେଏମୟୁ ନେତା ସିମାଂଚଳ ସାହୁ, ଋଷିକୁଲ୍ୟା ରୟତ ମହାସଭାର ସାଧାରଣ ସମ୍ପାଦକ ସିମାଂଚଳ ନାହାକ, ବହୁଜନ କ୍ରାନ୍ତି କୃଷକ ସଭାର ସଭାପତି ସୁମା ଦାସ, ଓଡିଶା କୃଷକ ସଭାର ପର୍ଶୁରାମ ଗୌଡ, ଏଆଇକେଏସର ନେତା ପ୍ରଫୁଲ୍ଲ ପାଣିଗ୍ରାହୀ, ଗୁରୁନାଥ ପ୍ରଧାନ, ତ୍ରିନାଥ ରେଡ୍ଡି, ସନ୍ୟାସୀ ପ୍ରଧାନ, ଭାଗିରଥି ପ୍ରଧାନ ଓ ଇଜୁ ଆମିନ୍ ଖାନ ପ୍ରମୁଖ ସାମିଲ୍ ହୋଇଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ