କୃଷି ଉତ୍ପାଦକ ସଂଗଠନ ମାଧ୍ୟମରେ ଚାଷୀ ମାନଙ୍କୁ କୁଶଳୀ କରାଯିବ

ନୂଆଦିଲ୍ଲୀ, (ଓ୍ବାଇଏନ୍ଏସ୍) : ପତିତ ଜମିର ପୁନରୁଦ୍ଧାର କରି ତାହାକୁ ଚାଷ ଉପଯୋଗୀ କରିବା ସହ ଆଧୁନିକ ପ୍ରଣାଳିରେ ଚାଷ କାର୍ଯ୍ୟ କରିବା ପାଇଁ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କୃଷି ମନ୍ତ୍ରଣାଳୟ ଓ ଅନ୍ତରାଷ୍ଟ୍ରୀୟ ଫସଲ ଅନୁସନ୍ଧାନ ସଂସ୍ଥାନ (ଆଇସିଆରଆଇଏସଏଟି)ର ବରିଷ୍ଠ ଅଧିକାରୀଙ୍କ ସହ ସମୀକ୍ଷା କରିଛନ୍ତି । ଓଡ଼ିଶାର ଖଣି ବହୁଳ ଅଞ୍ଚଳ ଗୁଡ଼ିକରେ ପୁରୁଣା ଖଣି ଓ ଖାଦାନ, ବର୍ତ୍ତମାନର ପାଉଁଶ ଗଦା ଏବଂ ପ୍ରଦୂଷଣ ଯୋଗୁଁ ବହୁ ଜମି ଯାହା ପୂର୍ବରୁ ଚାଷ ଉପଯୋଗୀ ଥିଲା ବର୍ତ୍ତମାନ ସମୟରେ ପତିତ ଜମିରେ ପରିବର୍ତ୍ତିତ ହୋଇଛି । ଏହି ସମସ୍ୟାର ଏକ ସ୍ଥାୟୀ ସମାଧାନ ଉଦ୍ଦେଶ୍ୟରେ ମନ୍ତ୍ରୀ ଶ୍ରୀ ପ୍ରଧାନ, କୃଷି ମନ୍ତ୍ରଣାଳୟ ତଥା ଆଇସିଆରଆଇଏସଏଟିର ଧ୍ୟାନ ଆକର୍ଷଣ କରିଥିଲେ । ପରୀକ୍ଷାମୂଳକ ଭାବେ ଏହି ଗବେଷଣା କେନ୍ଦ୍ର ଅନୁଗୋଳ ଜିଲ୍ଲାର ତାଳଚେର ବଲଣ୍ଡା ଅଞ୍ଚଳରେ ପତିତ ଜମି ପୁନରୁଦ୍ଧାର ପ୍ରକଳ୍ପ ହାତକୁ ନେବା ଦିଗରେ ଆଲୋଚନା କରାଯାଇଛି । ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଯେ ତାଳଚେରର ବଲଣ୍ଡା ଅଂଚଳରେ ବୈଜ୍ଞାନିକ ପଦ୍ଧତିରେ ପତିତ ଜମିର ପୁନରୁଦ୍ଧାର କରି ତାହାକୁ ଚାଷ ଉପଯୋଗୀ କରିବା ଦିଗରେ ବୈଠକରେ ଆଲୋଚନା କରାଯାଇଛି । ଏହି ବୈଠକରେ ଆଇସିଆରଆଇଏସଏଟି ଦ୍ୱାରା ବୈଜ୍ଞାନିକ ଉପାୟରେ ଚାଷ କାର୍ଯ୍ୟ କରିବା ଦିଗରେ ଏକ ପ୍ରେଜେଂଟେସନ ମଧ୍ୟ ଦିଆଯାଇଥିଲା ଦୀର୍ଘ ଦିନ ର କୋଇଲା ଉତ୍ତୋଳନ ଏବଂ ବର୍ତମାନର ପାଉଁଶ ପୋଖରୀ ଜନିତ ପ୍ରଦୂଷଣ ର ସମସ୍ଯା କୁ ସମାଧାନ ସହ ଜମି କୁ ବର୍ତମାନ ଚାଷ ଉପଯୋଗୀ କରିବା ପାଇଁ ଏହି ପ୍ରକଳ୍ପ ଏକ ନୂତନ ପଦକ୍ଷେପ। ଏହାସହ ଚାଷ ସହ ଜଡ଼ିତ ଆନୁଷଙ୍ଗିକ କାର୍ଯ୍ୟର ବିକାଶ ତଥା ଚାଷୀଙ୍କ ଆୟକୁ ବୃଦ୍ଧି କରିବା ପାଇଁ ଗୁରୁତ୍ୱ ଦିଆଯାଇଛି । ପତିତ ଜମି ପୁନରୁଦ୍ଧାର ସହ ସ୍ଥାନୀୟ ଅଂଚଳରେ ଚାଷ ଏବଂ ଚାଷ ସାମଗ୍ରୀର ଉତ୍ପାଦନକୁ ବୃଦ୍ଧି କରିବା ପାଇଁ ନୂତନ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ନେଇ ଯୋଜନା କରାଯିବ । ଜଙ୍ଗଲଜାତ ଦ୍ରବ୍ୟର ବିକାଶ, ଚାଷୀଙ୍କ ସହ ବଜାର ସଂଯୋଗୀକରଣ, ଚାଷୀଙ୍କ ଜୀବିକାକୁ ଉନ୍ନତ କରିବା ତଥା କୃଷି ଉତ୍ପାଦକ ସଂଗଠନ(ଏଫପିଓ) ମାଧ୍ୟମରେ ଚାଷୀ ମାନଙ୍କୁ କୁଶଳୀ କରିବା ପାଇଁ ପ୍ରଶିକ୍ଷଣ ଦେବା ଦିଗରେ ମଧ୍ୟ ଉକ୍ତ ଆଲୋଚନା କରାଯାଇଥିବା କେନ୍ଦ୍ରମନ୍ତ୍ରୀ ପ୍ରଧାନ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ