କୃଷି ବିଲ୍‌କୁ ବିରୋଧ କରି ହିଞ୍ଜିଳି କିଶାନ କଂଗ୍ରେସ ପକ୍ଷରୁ ବିକ୍ଷୋଭ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): କେନ୍ଦ୍ର ସରକାରଙ୍କ କୃଷି ବିଲ୍‌କୁ ବିରୋଧ କରି ହିଞ୍ଜିଳି ବ୍ଳକ କିଶାନ କଂଗ୍ରେସ କମିଟି ପକ୍ଷରୁ ଗୁରୁବାର ବିକ୍ଷୋଭ ପଦର୍ଶନ କରାଯିବା ସହ ରାଷ୍ଟ୍ରପତିଙ୍କ ଉଦ୍ଦ୍ୟେଶରେ ହିଞ୍ଜିଳିକାଟୁ ତହସିଲଦାର ଜନ୍ମେଜୟ ସାହୁଙ୍କ ଜରିଆରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । କିଶାନ କ୍ଷେତ ମଜଦୁର କଂଗ୍ରେସ ରାଜ୍ୟ ସମ୍ପାଦକ ପଦ୍ମଚରଣ ସାହୁଙ୍କ ନେତୃତ୍ୱରେ ୫୦ରୁ ଉର୍ଦ୍ଧ୍ୱ କୃଷକ ଓ କଂଗ୍ରେସ କର୍ମୀ ସ୍ଥାନୀୟ ପରିବା ବଜାର ନିକଟସ୍ଥ ଇନ୍ଦିରା ଗାନ୍ଧୀଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ କେନ୍ଦ୍ର ସରକାରଙ୍କ କୃଷକ ମାରଣ ନୀତି ପ୍ରତିବାଦରେ ସ୍ଳେଗାନ ଦେବା ସହ ହାତରେ ପ୍ଳକାର୍ଡ଼ ଧରି ଇନ୍ଦିରାଗାନ୍ଧୀ ଛକ ଠାରୁ ଏକ ଶେଭାଯାତ୍ରାରେ ବାହାରି ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପଦର୍ଶନ କରିବା ସହ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ନାରାବାଜି ଦେଇଥିଲେ । କୃଷକ ବିରୋଧୀ ଚାଷୀ ଉତ୍ପାଦନ, ବାଣିଜ୍ୟ କାରବାର ଆଇନ ପ୍ରତ୍ୟାହାର କରିବା, କୃଷି ଦର ପ୍ରତିଶୃତି ରାଜିନାମା ଓ କୃଷି ସେବା ଆଇନକୁ ବନ୍ଦ କରିବା ଆଦି ବିଭିନ୍ନ ଦାବି ନେଇ ଆନ୍ଦୋଳନ କରିବା ସହ ବିକ୍ଷୋଭ ପଦର୍ଶନ କରିଥିଲେ । ପରେ ରାଷ୍ଟ୍ରପତିଙ୍କ ଉଦ୍ଦ୍ୟେଶରେ ଏକ ସ୍ମାରକ ପତ୍ର ତହସିଲଦାର ଶ୍ରୀ ସାହୁଙ୍କ ଜରିଆରେ ପ୍ରଦାନ କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ କିଶାନ କଂଗ୍ରେସ ଜିଲ୍ଲା ସଂଯୋଜକ ରାମ ନାରୟାଣ ବିଶ୍ୱ।ସରାୟ, ମନୋଜ ସ୍ୱାଇଁ, ଦିନବନ୍ଧୁ ସାବତ, କବିରାଜ ପ୍ରଧାନ, ପଙ୍କଜ ଗୌଡ଼, ବାବୁଲା ପୃଷ୍ଟି, ରାମକୃଷ୍ଣ ପଣ୍ଡା, ପର୍ଶୁରାମ ସାହୁ, ପି. ଡ଼ମ୍ବୁରୁ, ସୁଦର୍ଶନ ଦଳାଇ, ରାଜେନ୍ଦ୍ର ପ୍ରଧାନ, କୁମୁଦ ନାହାକ, ଗୋବିନ୍ଦ ନାହାକ, ନିଳାଂଚଳ ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ