କୃଷି ବିଲ୍ ପ୍ରତ୍ୟାହାର ଦାବିରେ ଚାଷିଙ୍କ ଶପଥ ପାଠ

 

କୋଣାର୍କ,(ଗଣେଶ ଚନ୍ଦ୍ର ବେହେରା): ଅଖିଳ ଭାରତ କୃଷକ ସଂଘ ସମନ୍ଵୟ ସମିତି ଆନୁକୁଲ୍ୟରେ କୋଣାର୍କ ଥାନା ଛକ ଠାରେ ସ୍ଵାଧୀନତା ସଂଗ୍ରାମୀ ଉପେନ୍ଦ୍ର ମହାନ୍ତି ଙ୍କ ପ୍ରତିମୂର୍ତ୍ତି ଠାରେ ଦିଲ୍ଲି ସ୍ଥିତ ଧାରଣାରତ କୃଷକ ଙ୍କୁ ସମର୍ଥନ କରି ତିନି କୃଷି ବିଲ୍ ଓ ବିଦ୍ୟୁତ୍ ବିଲ୍ ପ୍ରତ୍ୟାହାର ଦାବିରେ ସତାଧିକ କୃଷକ ଙ୍କ ଦ୍ଵାରା ସପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ କୁ ଅଖିଳ ଭାରତ କୃଷକ ସଭା ର ସଭାପତି ମନୋରଞ୍ଜନ ପରିଡା ଙ୍କ ପୌରହିତ୍ୟରେ ଏହି କାର୍ଯ୍ୟକ୍ରମ କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ଅନ୍ୟତମ କୃଷକ ସାଥୀ ବ୍ରହ୍ମାନନ୍ଦ ଦାସ,ହରିହର ବାହିନୀ ପତି,ନବଘନ ମୁଦୁଲି,ଭରତ ଚନ୍ଦ୍ର ପାଢି,ଭାଲୁ ପଧାନ, ନକୁଳ ନାୟକ, ରାଜକିଶୋର ପ୍ରଧାନ, ରବିନ୍ଦ୍ର ବିଶ୍ଵାଳ, ଲିଙ୍ଗରାଜ ଜେନା, ଭୀମସେନ ନାୟକ, ସର୍ବେଶ୍ଵର କାଣ୍ଡି,ସମୀର ନାୟକ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ