କେଉଁ ଦିଗକୁ ମୁଣ୍ଡ କରି ଶୋଇଲେ କ’ଣ ହୁଏ
ଶୋଇବାବେଳେ ଆମେ କେତୋଟି କଥା ପ୍ରତି ଧ୍ୟାନ ଦେଇଥାନ୍ତି । ସେଥିମଧ୍ୟରୁ ଦିଗ ଗୋଟାଏ । ମନ ଇଚ୍ଛା ଯେଉଁ ଦିଗକୁ ଚାହିଁଲେ ସେହି ଦିଗକୁ ମୁଣ୍ଡ କରି ଶୋଇ ହୋଇନଥାଏ । କିଏ ମାନନ୍ତି ଓ କିଏ ନ ମାନନ୍ତି ତାହା ଭିନ୍ନ କଥା । ମାତ୍ର ଏ ନେଇ ରହିଛି କିଛି କଟକଣା । ଆସନ୍ତୁ ଜାଣିବା କେଉଁ ଦିଗକୁ ମୁଣ୍ଡ କରି ଶୋଇବା ଦ୍ୱାରା କ’ଣ ହୋଇଥାଏ ।\nଆୟୁର୍ବେଦ ଏବଂ ଜ୍ୟୋତିର୍ବିଜ୍ଞାନ ଅନୁସାରେ ଭୁଲ ଦିଗକୁ ମୁଣ୍ଡ କରି ଶୋଇବା ଅଭ୍ୟାସ ଆମ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ ।\nପୂର୍ବ ଦିଗକୁ ମୁଣ୍ଡ କରି ଶୋଇଲେ ଖୁବ ଭଲ । ଶୋଇବା ପାଇଁ ପୂର୍ବ ଦିଗ ସବୁଠାରୁ ଉତ୍ତମ । ପୂର୍ବକୁ ମୁଣ୍ଡ କରି ଶୋଇଲେ ସ୍ମରଣ ଶକ୍ତି, କାର୍ଯ୍ୟ, ଦକ୍ଷତା, ଜ୍ଞାନ ଆଦି ବୃଦ୍ଧି ପାଇଥାଏ ।\nପଶ୍ଚିମକୁ ମୁଣ୍ଡ କରି ଶୋଇବା ଆଦୌ ଭଲ ନୁହେଁ । ଏହି ଦିଗକୁ ମୁଣ୍ଡ କରି ଶୋଇଲେ ବିଷାଦ, ଦୁଃଖ ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଇଥାଏ ।\nଉତ୍ତରକୁ ଆଦୌ ମୁଣ୍ଡ କରି ଶୁଅନ୍ତୁ ନାହିଁ । ଏହି ଦିଗକୁ ମୁଣ୍ଡ କରି ଶୋଇବା ଦ୍ୱାରା ସବୁଠାରୁ ଖରାପ ହୋଇଥାଏ । ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯିବା ସହ ଆୟୁ କମ୍ ହୋଇଥାଏ ।\nଦକ୍ଷିଣକୁ ମୁଣ୍ଡ କରି ଶୋଇଲେ ଆୟୁଷ ବୃଦ୍ଧି ହୋଇଥାଏ । ଏହା ସହିତ ମସ୍ତିଷ୍କ ଓ ଶାରୀରିକ ଶକ୍ତି ବୃଦ୍ଧି ପାଇଥାଏ ।