କେଉଁ ପାତ୍ରରେ ଭୋଜନ କଲେ କି ଫଳ ମିଳେ?

ସୁନାପାତ୍ର: ସୁନା ପାତ୍ରରେ ଭୋଜନ କରିବା ଦ୍ୱାରା ଲକ୍ଷ୍ମୀବନ୍ତ ହେବା ସହ ବିଦ୍ୟା, ଜ୍ଞାନ ଓ ଆୟୁ ବୃଦ୍ଧି ହୁଏ ।ରୁପା ପାତ୍ର: ରୁପା ପାତ୍ରରେ ଭୋଜନ କଲେ ମନୁଷ୍ୟ ରାଜତୁଲ୍ୟ ବୁଦ୍ଧିବନ୍ତ ଓ ନ୍ୟାୟବନ୍ତ ହେବା ସହ ସୌଭାଗ୍ୟ ମଧ୍ୟ ବୃଦ୍ଧି ହୋଇଥାଏ ।ତମ୍ବା ପାତ୍ର: ତମ୍ବା ପାତ୍ରରେ ଭୋଜନ କଲେ ଦେବ ତୁଲ୍ୟ ଶରୀର ପାଇବା ସହ ଧନ ସମ୍ପତ୍ତି ବୃଦ୍ଧି ହୋଇଥାଏ ।ପିତ୍ତଳ ପାତ୍ର: ଏହି ପାତ୍ରରେ ଭୋଜନ କରିବା ଦ୍ୱାରା ଆତ୍ମାରେ ପବିତ୍ରତା ଆସିଥାଏ ।ରସ ପାତ୍ର: ଏହି ପାତ୍ରରେ ଭୋଜନ କଲେ ମାନସିକ ଚିନ୍ତାଧାରା ବିଚଳିତ ହେବା ସହ ମନରେ ଅସ୍ଥିରତା ଆସିଥାଏ ।ଷ୍ଟିଲ ବା ଲୌହ ପାତ୍ର: ଏହି ପାତ୍ରରେ ଭୋଜନ କଲେ ବୁଦ୍ଧିହୀନ ସହ ଅସ୍ଥିରତା ଓ ବାୟୁଜନିତ ରୋଗ ହୋଇଥାଏ ।
କଦଳୀ ପତ୍ର ଓ ଶାଳ ପତ୍ର: କଦଳୀ ପତ୍ର ଓ ଶାଳ ପତ୍ରରେ ଭୋଜନ କରିବା ଦ୍ୱାରା ଆୟୁଷ ବୃଦ୍ଧି ହୋଇଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ