ଜୀବନରେ ସୁଖ ଚାହୁଁଥିଲେ ଦୁଇଟି ଜିନିଷ ପରିତ୍ୟାଗ କରନ୍ତୁ
ଭଗବାନ ଶ୍ରୀକୃଷ୍ଣଙ୍କ ମୁଖ ନିଃସୃତ ବାଣୀ ଗୀତାରେ ଏମିତି ଅନେକ କଥା ଅଛି ଯାହାକୁ ଆମେ ପାଳନ କଲେ ଜୀବନର ଦୁଃଖ କିଛି ରହିବ ନାହିଁ । ଜଣେ ବ୍ୟକ୍ତିି ଜୀବନରେ ସୁଖ ଚାହୁଁଥିଲେ ତାକୁ ନିଜ ଭିତରର ଦୁଇଟି ଗୁଣ ପରିତ୍ୟାଗ କରିବାକୁ ହେବ । ସେହି ଦୁଇ ଗୁଣ ଧାରଣ କରିଥିବା ବ୍ୟକ୍ତି କେବେ ସୁଖୀ ହୋଇପାରେନାହିଁ ବୋଲି ଭଗବାନ କୃଷ୍ଣ ସଖା ଅର୍ଜୁନଙ୍କୁ ବୁଝାଇଛନ୍ତି । ପ୍ରଥମଟି ହେଲା ଲୋଭ । ଯେତେ ପର୍ଯ୍ୟନ୍ତ ବ୍ୟକ୍ତିି ମନରେ ଲୋଭ ଅଛି ସେତେ ପର୍ଯ୍ୟନ୍ତ ଜୀବନରେ ଦୁଃଖ ଅଛି । ସେ ଲୋଭ, ଅର୍ଥ, ଖାଦ୍ୟ, ସୁନା ଆଦି କିଛି ବି ହୋଇପାରେ । ଲୋଭଶୂନ୍ୟ ବ୍ୟକ୍ତିକୁ ଦୁଃଖ ସହଜରେ ଛୁଇଁପାରେନା ।
ଅନ୍ୟଟି ହେଉଛି କ୍ରୋଧ । ଆପଣ ଏକଥା ଆଗରୁ ବି ଶୁଣିଥିବେ ଯେ କ୍ରୋଧ ମଣିଷର ପରମ ଶତ୍ରୁ । କ୍ରୋଧୀ ମଣିଷ ଜୀବନରେ କେବେ ଶାନ୍ତି ପାଇପାରେନା । ଯଦି ଜୀବନରେ ଶାନ୍ତି, ଶୃଙ୍ଖଳା ଆଦି ଚାହାନ୍ତି ତେବେ ଆପଣଙ୍କୁ କ୍ରୋଧ ପରିତ୍ୟାଗ କରିବାକୁ ପଡିବ ।ଭଗବାନ କୃଷ୍ଣଙ୍କ କହିବାନୁସାରେ ଯେଉଁ ବ୍ୟକ୍ତି ନିକଟରେ କ୍ରୋଧ ବା ଲୋଭ ନାହିଁ ସେ ଦୁନିଆର ସବୁଠୁ ସୁଖୀ ମଣିଷ ।


