କେଉଁ ବାରରେ କ’ଣ ଖାଇବା ମନା
ଖାଇବାର ରୁଚି ସମସ୍ତଙ୍କର ଥାଏ । ଖାସ କରି ଆମିଷ ଖାଉଥିବା ବ୍ୟକ୍ତିମାନଙ୍କୁ ଟିକେ ବାର ପ୍ରତି ଧ୍ୟାନ ଦେବାକୁ ପଡିଥାଏ । ହେଲେ ନିରାମିଷାସୀ ଲୋକଙ୍କ ପାଇଁ ଏମିତି କିଛି ନିର୍ଦ୍ଦିଷ୍ଟ ବାର ନଥାଏ । ସପ୍ତାହରେ ସାତ ଦିନ ନିରାମିଷ ଖାଇବାର ସ୍ୱାଧୀନତା ରହିଛି ବୋଲି ପ୍ରାୟ ସମସ୍ତେ ଭାବନ୍ତି । କିନ୍ତୁ ଶାସ୍ତ୍ରବିତ୍୍ଙ୍କ କହିବା ଅନୁସାରେ ନିରାମିଷ ଖାଇବାର ମଧ୍ୟ କିଛି ନିୟମ ଅଛି । ନିରାମିଷ ସାମିଲ ଥିବା ଖାଦ୍ୟକୁ ଆପଣ ସପ୍ତାହରେ ସବୁଦିନ ଖାଇପାରିବେ ନାହିଁ । ତା’ ହେଲେ ଆସନ୍ତୁ ଜାଣିବା କେଉଁ ବାରରେ କ’ଣ ଖାଇବା ମନା ।
ଗୁରୁବାର-ଲିମ୍ବ, ଶନିବାରରେ କ୍ଷୀର, ରବିବାର ଦିନ ଗୁଡ, ମଙ୍ଗଳବାର ଦିନ ମୂଳା, ବୁଧବାର ଦିନ ଆଖୁ ଇତ୍ୟାଦି ଖାଇବା ମନା ।


