ବିଶ୍ୱରେ ଚହଳ ସୃଷ୍ଟି କରିଥିବା ଭାରତୀୟ
ବିଶ୍ୱ ଦରବାରରେ ସୁଖ୍ୟାତି ଅର୍ଜନ କରିଥିବା ଏଭଳି କିଛି ଲୋକ ଆମ ଦେଶରେ ଅଛନ୍ତି, ଯାହାଙ୍କ ନାଁ ତାଙ୍କ କର୍ମରୁ ଜଣାପଡ଼ିଛି । ଏହି ବ୍ୟକ୍ତିମାନେ ଭାରତ ପାଇଁ ଗର୍ବର ବିଷୟ ପାଲଟିଛନ୍ତି । ତେବେ ଚାଲନ୍ତୁ ଜାଣିବା, ଏମାନଙ୍କ ବିଷୟରେ ।
ସୁନ୍ଦର ପିଚାଇ : ସୁନ୍ଦର ପିଚାଇଙ୍କୁ ଅବା କିଏ ନ ଜାଣେ । ଅନ୍ଲାଇନ୍ ପ୍ଲାଟ୍ଫର୍ମ ଗୁଗୁଲ୍ର ସିଇଓ ହେଉଛନ୍ତି ସୁନ୍ଦର ପିଚାଇ । ୪୫ ବର୍ଷୀୟ ସୁନ୍ଦର ତାମିଲନାଡ଼ୁର ମଦୁରାଇ ସହରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପ୍ରତିଭାକୁ ଏବେ ବିଶ୍ୱ ଦରବାରରେ ସ୍ୱତନ୍ତ୍ର ସମ୍ମାନ ଦିଆଯାଉଛି ।
ଲକ୍ଷ୍ମୀ ଏନ୍. ମିତଲ : ୬୭ ବର୍ଷୀୟ ଲକ୍ଷ୍ମୀ ଏନ୍. ମିତଲ ହେଉଛନ୍ତି ଆର୍ସେଲର୍ ମତଲ୍ର ସିଇଓ । ରାଜସ୍ଥାନର ଶାଦୁଲପୁର ଗ୍ରାମରୁ ଆସିଥିବା ଲକ୍ଷ୍ମୀ ଏନ୍. ମିତଲ ଏବେ ନ୍ୟୁୟର୍କର ଦ୍ୱିତୀୟ ଧନଶାଳୀ ବ୍ୟକ୍ତିଙ୍କ ତାଲିକାରେ ନିଜକୁ ରଖିପାରିଛନ୍ତି ।
ଇନ୍ଦିରା କ୍ରିଷ୍ଣମୂର୍ତ୍ତି ନୁଇ : ତାମିଲନାଡ଼ୁ ରାଜ୍ୟରୁ ଆସିଥିବା ୬୨ ବର୍ଷୀୟା ଇନ୍ଦିରା କ୍ରିଷ୍ଣାମୂର୍ତ୍ତି ହେଉଛନ୍ତି ପେପ୍ସିକୋର ସିଇଓ ଏବଂ ଚେୟାର୍ପର୍ସନ୍ । ଗତବର୍ଷ ଆମେରିକାରେ ଇନ୍ଦିରାଙ୍କୁ ସଫଳ ମହିଳା ବ୍ୟବସାୟୀର ମାନ୍ୟତା ଦିଆଯାଇଥିଲା । ସେ ନିଜର ସଚ୍ଚୋଟତା ପାଇଁ ବ୍ୟବସାୟିକ କ୍ଷେତ୍ରରେ ବିଶ୍ୱରେ ପରିଚିତ ପ୍ରସିଦ୍ଧ ହୋଇପାରିଛନ୍ତି ।
ସତ୍ୟ ନାଡେଲା : ଆନ୍ଧ୍ର ପ୍ରଦେଶର ହାଇଦ୍ରାବାଦରୁ ଆସିଥିବା ୫୦ ବର୍ଷୀୟା ସତ୍ୟ ନାଡେଲା ବହୁଚର୍ଚ୍ଚିିତ ମାଇକ୍ରୋସଫ୍ଟ କମ୍ପାନୀର ସିଇଓ ରହିଆସିଛନ୍ତି । ନିଜ କର୍ମ ପ୍ରବଣତା ଏବଂ କଠିନ ପରିଶ୍ରମ ଯୋଗୁଁ ସେ ଆଜି ଦୁନିଆର ପ୍ରତିକୋଣରେ ପରିଚିତ ହୋଇପାରିଛନ୍ତି ।
ୟୁସୁଫ୍ ହେମେଦି : ୨୦୧୭ ମସିହା ଅକ୍ଟୋବର ମାସରେ ୮୧ ବର୍ଷୀୟ ୟୁସୁଫ୍ ହେମେଦିଙ୍କୁ ଆମେରିକାର କଲମ୍ବିଆ ବିଶ୍ୱବିଦ୍ୟାଳୟରୁ ଅସାଧାରଣ ମାନବୀୟ, ସାମାଜିକ ପ୍ରୟାସ ଏବଂ ଏଚ୍ଆଇଭି ଏଡସ୍ର ସଚେତନତା ନିମନ୍ତେ ଅଗ୍ରଣୀ ଭୂମିକା ନେବା ପାଇଁ ସମ୍ମାନିତ କରାଯାଇଛି ।


