କେକେଆର କୁ ଭେଟିବ ଡିିସି
ଆଇପିଏଲ୍ରେ ଖେଳାଯାଉଛି ଚଳିତ ସିଜନ୍ର ୨୬ତମ ମ୍ୟାଚ୍। ଏହି ମ୍ୟାଚ୍ରେ କୋଲକାତା ନାଇଟ ରାଇଡର୍ସକୁ ଭେଟୁଛି ଦିଲ୍ଲୀ କ୍ୟାପିଟାଲ୍ସ। ରାତି ୮ଟାରେ କୋଲକାତାର ଇଡେନ୍ ଗାର୍ଡେନ ଏହି ହାଇଭୋଲ୍ଟେଜ୍ ମ୍ୟାଚ୍ ଖେଳାଯିବ।
ଚଳିତ ସିଜନରେ ଦିଲ୍ଲୀ ୬ଟି ମ୍ୟାଚ୍ ଖେଳି ୪ଟିରେ ବିଜୟ ଲାଭ କରିଛି। ବର୍ତ୍ତମାନ ଆଇପିଏଲ୍ ପଏଣ୍ଟ ଟେବୁଲ୍ରେ ଦିଲ୍ଲୀ ୬ ନମ୍ବର ସ୍ଥାନରେ ରହିଛି। ଦିଲ୍ଲୀ ଆଜିର ମ୍ୟାଚ୍ରେ ଜିତି କୋଲକାତାର ବାଟ ରୋକିବାକୁ ଚେଷ୍ଟା କରିବ।