କେନାଲବନ୍ଧ ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ କଲେ ଉପ ମୁଖ୍ୟମନ୍ତ୍ରୀ

ନିମାପଡ଼ା,( ସନ୍ତୋଷ ଦାଶ):ପ୍ରାଚୀ ଜଳସେଚନ ଡିଭିଜନ ଅନ୍ତର୍ଗତ କୁଣ୍ଢେଇ ଡିଷ୍ଟ୍ରିବ୍ୟୁଟାରି ର ବାମପଟ ନିଆଳି – ଚାରିଛକ ରାସ୍ତାର ଚାରିଛକ ପୁରୁଣା ଫାଣ୍ଡିଛକ ଠାରୁ ସିରିକୋଇଲି ରାସ୍ତା ସମ୍ପ୍ରସାରଣ ଓ ମରାମତି କରାଯିବା ଲାଗି ଆଜି ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତି ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନଡ଼ିଆ ବାଡ଼େଇ ଉକ୍ତ କାର୍ଯ୍ୟ ର ଶିଳାନ୍ୟାସ କରିଥିଲେ। ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଭାଗୀୟ ଅଧିକ୍ଷଣ ଯନ୍ତ୍ରୀ ପ୍ରାଚୀ ଡ଼ିଭିଜନ ରଘୁନାଥ ସ୍ବାଇଁ ,ସହକାରୀ ଅଧିକ୍ଷଣ ଯନ୍ତ୍ରୀ ନିଆଳି, ସୁଧାକର ମଲ୍ଲିକ ,ବିଭାଗୀୟ ସହକାରୀ ଯନ୍ତ୍ରୀ ଉପାଲି ପ୍ରିୟଦର୍ଶିନୀ ,ଦାମୋଦର ପାଢ଼ୀ ଙ୍କ ସମେତ ବିଭାଗୀୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।ଏହି କାର୍ଯ୍ୟକ୍ରମରେ ସାଂସଦ ଙ୍କ ବ୍ଲକ ପ୍ରତିନିଧି ପୂର୍ଣ୍ଣ ଚନ୍ଦ୍ର ଓଝା , ମିନଲତା ମହାନ୍ତି ସମେତ ବିଭିନ୍ନ ପଞ୍ଚାୟତ ର ଲୋକ ପ୍ରତିନିଧି ଓ ମହିଳା କର୍ମୀ ମାନେ ଉପସ୍ଥିତ ଥିଲେ ।ଏହି ରାସ୍ତା ଟି ଦୀର୍ଘ ଦିନ ହେବ ମରାମତି ଅଭାବରୁ ମରଣଜନ୍ତା ରେ ପରିଣତ ହୋଇଥିଲା ।ରାଜ୍ୟ ଉପ ମୁଖ୍ୟମନ୍ତ୍ରୀ ଙ୍କ ନିକଟରେ ରାସ୍ତା ଉପରେ ନିର୍ଭର କରୁଥିବା ବ୍ରହ୍ମକୁଣ୍ଡି ,ଦଣ୍ଡିକେରା ଓ ସୁଧବାରିମୂଳ , ସିରିକୋଇଲି ଅଞ୍ଚଳ ର ଲୋକମାନେ ସୁବିଧାରେ ଯେପରି ଯାତାୟାତ କରିପାରିବେ ତଦନୁସାରେ କେନାଲ ବନ୍ଧ ରାସ୍ତା କୁ ସୁଦୃଢ଼ୀକରଣ କରିବାକୁ ଦାବି କରିଥିଲେ ।ଏହି ରାସ୍ତା ନିର୍ମାଣ ଲାଗି ଜଳସେଚନ ବିଭାଗ କୁ ୬୨ ଲକ୍ଷ ଟଙ୍କା ଅନୁଦାନ ମିଳିଥିବା ବେଳେ ରାସ୍ତାର ଲମ୍ବ ୩ କିମି ଓ ପ୍ରଶସ୍ତ ୫ ମିଟର ହେବ ବୋଲି ଜଣାପଡିଛି ।ଖୁବ ଶୀଘ୍ର କାର୍ଯ୍ୟ ଆରମ୍ଭ ହେବ ବୋଲି ଠିକାଦାର ବାବୁରାମ ନାୟକ ସୂଚନା ଦେଇଛନ୍ତି । ଚାରିଛକ ସାମ୍ବାଦିକ ସଙ୍ଘ ପକ୍ଷରୁ ଉପ ମୁଖ୍ୟମନ୍ତ୍ରୀ ଶ୍ରୀ ମତୀ ପରିଡ଼ା ଙ୍କୁ ପୁଷ୍ପଗୁଛ ଦିଆଯାଇ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ