କେନାଲରେ ବୁଡି ଯୁବକ ମୃତ

ହାଟଡିହିି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ସୋସୋ ଥାନା ଅଧିନସ୍ଥ ସଢ଼ା ଗ୍ରାମର ଜଣେ ଯୁବକ କେନାଲରେ ବୁଡିଯାଇ ମୃତୁ୍ୟବରଣ କରିଥିବା ଜଣାଯାଇଛି । ସୁଚନାରୁ ଜଣାଯାଇଛି ଯେ ସଢ଼ା ଗ୍ରାମର ହାଡିବନ୍ଧୁ ଦାଶଙ୍କ ପୁଅ ସୌମ୍ୟ ରଞ୍ଜନ ଦାଶ(୨୮) ଗତକାଲି ଅପରାହ୍ନରୁ ନିଖୋଜ ହୋଇଯାଇଥିଲା । ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖେଜି କରିବାପରେ ମଧ୍ୟ ତାର ସନ୍ଧାନ ପାଇପାରି ନଥିଲେ । ଆଜି ଦିନ ସାଢ଼େ ୧୧ଟା ସମୟରେ ଝଣଝଣା କେନାଲରେ ଏକ ଶବ ଭାଷୁତôବା ଦେଖି ଏହା ସୌମ୍ୟ ରଞ୍ଜନଙ୍କ ହୋଇଥାଇ ପାରେ ବୋଲି ସନେ୍ଦହ ହୋଇଥିଲା । ଶବ ଭାଷୁଥିବା ଖବର ପ୍ରଚାରିତ ହେବାମାତ୍ରେ ଶହଶହ ଲୋକଙ୍କ ଗହଳି ଜମିତôଲା । କବରପାଇ ହାଟଡିହି ଅଗ୍ନିଶମ ବିଭାଗର କର୍ମଚାରୀମାନେ ପହଞ୍ଚି କେନାଲରୁ ଶବକୁ ଉଦ୍ଧାର କରିବାପରେ ଏହା ସୌମ୍ୟ ରଞ୍ଜନଙ୍କର ବୋଲି ପରିବାର ଲୋକେ ଚିହ୍ନଟ କରିଥିଲେ । ସୋସୋ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଏକ ଅପମୃତୁ୍ୟ ମାମଲା ରୁଜୁ କରି ଶବକୁ ବ୍ୟବଚ୍ଛେଦ ପାଇଁ ଆନନ୍ଦପୁର ଡାକ୍ତରଖାନା ପଠାଇ ତଦନ୍ତ ଆରମ୍ଭ କରିଛି । ଗତକାଲି ଅପରାହ୍ନରେ ସେ ଶୌଚ ପାଇଁ କେନାଲକୁ ଯାଇଥିବାବେଳେ ଗୋଡ ଖସିଯିବାରୁ ପାଣିରେ ବୁଡି ମୃତୁ୍ୟବରଣ କରିଥାଇ ପାରେ ବୋଲି ପରିବାର ଲୋକେ ସନେ୍ଦହ କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ