କେନାଲ ସଫା କରି କ୍ଷୁଦ୍ର ସେଚ ବିଭାଗ ଚାଷ ଜମିକୁ ପାଣି ଯୋଗାଇବା ନେଇ ଚାଷୀ ମହଲରେ ଆନନ୍ଦର ଲହରୀ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଅକ୍ଟୋବର ମାସରେ ସ୍ୱାଭାବିକ କମ ବର୍ଷା ହେବା ଯୋଗୁଁ ଗଜପତି ଜିଲ୍ଲାର ସମସ୍ତ ଧାନ କ୍ଷେତରେ ଜଳାଭାବ ଦେଖାଗଲା. ଧାନ ଫସଲରେ ଜଳାଭାବ ଯୋଗୁଁ କ୍ଷତି ହେବାକୁ ଲକ୍ଷ୍ୟ କରି ପାଣି ଯୋଗାଇବା ପାଇଁ ଚାଷୀମାନଙ୍କ ଦାବି ଅନୁଯାୟୀ କ୍ଷୁଦ୍ର ଜଳସେଚନ ବିଭାଗ ଜମିକୁ କେନାଲ ସଫା କରି ପାଣି ଯୋଗାଇଥିବା ନେଇ ଚାଷୀ ମହଲରେ ଆନନ୍ଦ ପ୍ରକାଶ ପାଇଛି. ଗଜପତି ଜିଲ୍ଲାରେ ଉତ୍ତରପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ଥିବାରୁ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ସ୍ବାଭାବିକ ବର୍ଷା ହୋଇଥିଲା. ହେଲେ ପରବର୍ତ୍ତୀ ଅକ୍ଟୋବର ମାସରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଲା। ସେହି ମାସରେ ସ୍ଵାଭାବିକ ବର୍ଷା ଠାରୁ ୭୦ ପ୍ରତିଶତ କମ୍ ବର୍ଷା ହେବାରୁ ଉଚ୍ଚ ଚାଷ ଜମିଗୁଡ଼ିକୁ ଜଳକଷ୍ଟ ହୋଇଥିଲା। ତଥାପି, ଚାଷୀ ନିଜସ୍ବ ବ୍ୟବସ୍ଥା କରି ନିକଟସ୍ଥ ପୋଖରୀ, କେନାଲ ଏବଂ ଗାଡ଼ିଆରୁ ପମ୍ପ୍ ମାଧ୍ୟମରେ ପାଣି ଉଠାଇ ନିଜ ଫସଲକୁ ବଞ୍ଚାଇଲେ କିନ୍ତୁ, ଏହା ସମସ୍ତ କିସମର ଧାନ ପାଇଁ ପ୍ରଯୁଜ୍ୟ ହୋଇଥିଲେ ମଧ୍ୟ ଅଧିକ ଲମ୍ବା କିସମର ଧାନଜମିରେ ବର୍ତ୍ତମାନ ଜଳାଭାବଜନିତ ସମସ୍ୟା ଦେଖାଗଲା. ଏହି ସମୟରେ ପ୍ରାୟତଃ ବିଭିନ୍ନ ସାଗର, ପୋଖରୀ ଓ ଜଳଉତ୍ସଗୁଡ଼ିକର ପାଣି କେନାଲ ମାଧ୍ୟମରେ ଜମିକୁ ମାଡ଼ିବା କଥା. ପାଣି ପାଇଁ ଇତିମଧ୍ୟରେ କୃଷକମାନଙ୍କ ଆନ୍ଦୋଳନ, ରାସ୍ତାରୋକ, ଆଦି ଯୋଗୁଁ କ୍ଷୁଦ୍ର ଜଳସେଚନ ବିଭାଗ ମେସିନ୍ସହାୟତାରେ କେନାଲ ସଫେଇ କରି ବିଭିନ୍ନ ଚାଷ ଜମିକୁ ପାଣି ଯୋଗାଇ ଥିବା ଦେଖା ଦେଇଛି. ଚାଷୀମାନଙ୍କ ଦାବି ଅନୁଯାୟୀ ପରିଶେଷରେ କ୍ଷୁଦ୍ର ଜଳ ସେଚନ ବିଭାଗ ଦ୍ୱାରା କେନାଲ ସଫା କରାଯାଇ ଚାଷ ଜମିକୁ ପାଣି ଯୋଗାଇ ଥିବା ଯୋଗୁଁ ଚଳିତ ବର୍ଷ ଧାନ ଫସଲ ଉତ୍ତମ ହେବ ବୋଲି ଚାଷୀମାନେ ଆଶା ପ୍ରକଟ କରିବା ସହ କ୍ଷୁଦ୍ର ଜଳସେଚନ ଦ୍ୱାରା ଜମିକୁ ଜଳ ଯୋଗାଣ ନେଇ ସାଧୁବାଦ ଜଣାଇଛନ୍ତି. କ୍ଷୁଦ୍ର ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ ଆଶିଷ କୁମାର ମଲ୍ଲିକ କହିଛନ୍ତି ଚାଷୀମାନଙ୍କ ଦାବି ଅନୁଯାୟୀ ଗଜପତି ଶାଗର ଓ ମହେନ୍ଦ୍ର ତନୟା କେନାଲକୁ ମେସିନ ଦ୍ୱାରା ସଫା କରାଯାଇ ଚାଷ ଜମିକୁ ପାଣି ଯୋଗାଇ ଦିଆଯାଇଛି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ