କେନାଳରୁ ଯୁବକଙ୍କୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ଶୁକ୍ରବାର ବିଳମ୍ବିତ ରାତିରେ ହିଞ୍ଜିଳି ଥାନା ସିକିରି – ରାମଚନ୍ଦ୍ରପୁର ମଧ୍ୟବର୍ତ୍ତୀ ଏକ କେନାଳରୁ ଜଣେ ଯୁବକଙ୍କୁ ହିଞ୍ଜିଳିକାଟୁ ଅଗ୍ନିଶମ ବାହିନୀ ଓ ପୋଲିସ କର୍ମଚାରୀମାନେ ଉଦ୍ଧାର କରିଛନ୍ତି। ଉଦ୍ଧାର ପାଇଥିବା ଯୁବକ ଜଣଙ୍କ ହିଞ୍ଜିଳି ଥାନା ପି ରାମଚନ୍ଦ୍ରପୁର ଗ୍ରାମର ଦିପକ ପାଢି । ପ୍ରକାଶ ଯେ, ଯୁବକ ଜଣଙ୍କ ଶୁକ୍ରବାର ରାତି ପ୍ରାୟ ସାଢେ଼ ୧୦ ଟାରେ କୈାଣସି କାମରେ ସିକିରି ଗ୍ରାମକୁ ଯାଉଥିବା ବେଳେ ରାସ୍ତାରେ ଭାରସାମ୍ୟ ହରାଇ ରାସ୍ତା ପ୍ବାର୍ଶ୍ବ ମୋଟର ସାଇକେଲ ସହ କେନାଳକୁ ଖସି ପଡିଥିଲେ । କେନାଳ ପାଣିରେ ଭାସିଯାଇ ପ୍ରାୟ ୧୦୦ ମିଟର ଦୂର ଏକ ବୁଦା ମୂଳରେ ଲାଗିଥିଲେ । କୈଣସି ସୂତ୍ରରୁ ଖବର ପାଇ ହିଞ୍ଜିଳିକାଟୁ ଅଗ୍ନିଶମ ଷ୍ଟେସନ ଅଧିକାରୀ ଗୈାତମ ସାହୁଙ୍କ ନେତୃତ୍ୱରେ ଅଗ୍ନିଶମ କର୍ମଚାରୀ ଓ ହିଞ୍ଜିଳି ପୋଲିସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କ ସମେତ ମୋଟର ସାଇକେଲକୁ କେନାଳରୁ ଉଦ୍ଧାର କରିଥିଲେ । ଉଦ୍ଧାର ଯୁବକଙ୍କୁ ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ।