କେନ୍ଦୁଆପଦା ହାଇସ୍କୁଲରେ ଶ୍ରୀଅରବିନ୍ଦ ପାଠଚକ୍ର ସମାରୋହ

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ କେନ୍ଦୁଆପଦା ହାଇସ୍କୁଲରେ ମହାଯୋଗୀ ଶ୍ରୀଅରବିନ୍ଦଙ୍କ ୧୫୦ତମ ଜୟନ୍ତୀ ଅବସରରେ ଶ୍ରୀ ଅରବିନ୍ଦ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଶଶୀଶେଖର କରଶର୍ମାଙ୍କ ପୌରହିତ୍ୟରେ ଅନୁଷ୍ଠିତ ସଭାରେ ବରିଷ୍ଠ ମାତୃପ୍ରେମୀ ଦାମୋଦର ଜେନା, ଜିଲା ଆବାହକ ପ୍ରଦୀପ କୁମାର ଜେନା, ବ୍ଲକ ଆବାହକ ଅଶୋକ କୁମାର ଖୁଣ୍ଟିଆ, ରମାକାନ୍ତ ବାରିକ ଯୋଗ ଦେଇ ଶ୍ରୀମାଶ୍ରୀ ଅରବିନ୍ଦଙ୍କ ଯୋଗଦର୍ଶନ, ପୃଥିବୀ ପୃଷ୍ଠରେ ଅତିମାନସ ଶକ୍ତିର ଅବତରଣ ଓ ତାର କ୍ରିୟା ସଂପର୍କରେ ଆଲୋଚନା କରିଥିଲେ । ଶିକ୍ଷକ ତରଣୀସନ ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ସମସ୍ତ ଶିକ୍ଷକ, ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ