କେନ୍ଦୁଝର ଜିଲାରୁ ବେଆଇନ ବାଲି ଚାଲାଣ:ଗାଡିକୁ ଅଟକାଇଲା ପୋଲିସ

ବନ୍ତ,(ଚାନ୍ଦିନୀ ମହାନ୍ତି):ବର୍ତ୍ତମାନ କରୋନା ଲକ୍ ଡାଉନ୍ ସମୟରେ ଯାନବାହନ ଯାତାୟତ ଉପରେ କଟକଣା ଥିବା ବେଳେ ରାତିଅଧିଆ କେନ୍ଦୁଝର ଜିଲାରୁ ଭଦ୍ରକକୁ ବେଆଇନ ବାଲି ଚାଲାଣ ହେଉଥିବା ଦେଖାଯାଇଛି । ଭଦ୍ରକ-କେନ୍ଦୁଝର ଜିଲାର ସୀମାନ୍ତ ପଥ ବସନ୍ତିଆ ଠାରେ ଉଭୟ ଜିଲାର ପୋଲିସ କରୋନା ଲଡ୍ ଡାଉନ୍ ପାଇଁ ଭଦ୍ରକ-ଆନନ୍ଦପୁର ରାଜ୍ୟ ପଥରେ କଡା ପ୍ରହରା ଦେଉଛନ୍ତି । ଏପରିସ୍ଥଳେ ବାଲି ମାଫିଆ ମାନେ ଲକ୍ ଡାଉନ୍ ଆଇନକୁ ଉଲଂଘନ କରି କେନ୍ଦୁଝର ଜିଲାର ବିଭିନ୍ନ ବାଲି ଘାଟରୁ ଚୋରା ବାଲି ଉଠାଇ ଚାଲାଣ କରୁଥିବା ଦେଖାଯାଇଛିି । ମଙ୍ଗଳବାର ଭୋର ସମୟରେ ଉକ୍ତ ରାଜ୍ୟ ରାଜ ପଥରେ ବହୁ ବେଆଇନ ବାଲି ବୋଝେଇ ଗାଡି ଯାତାୟତ କରୁଥିବା ବେଳେ ବସନ୍ତିଆ ଚେକ୍ ପୋଷ୍ଟ ଠାରେ ନନ୍ଦିପଦା ପୋଲିସ ସମସ୍ତ ଗାଡି ଗୁଡିକୁ ଅଟକ ରଖିଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ