କେନ୍ଦୁଝର ଜିଲ୍ଲାପାଳଙ୍କୁ ଭେଟିଲା ବିଜେପି ପ୍ରତିନିଧି ଦଳ

ହାତଡ଼ିହି,(ଓ୍ବାଇଏନ୍ଏସ୍): କେନ୍ଦୁଝର ସଦର ବିଧାୟକ ତଥା ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ମାଝୀଙ୍କ ନେତୃତ୍ୱରେ ଆନନ୍ଦପୁର ବିଜେପି ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଲୋକ ସେଠୀ, ଅନନ୍ଦପୁରର ପୂର୍ବତନ ପୌରାଧକ୍ଷ ତଥା ବିଜେପିର ଜିଲା ସାଧାରଣ ସମ୍ପାଦକ ରାମଚନ୍ଦ୍ର ସାହୁ ପ୍ରମୁଖ କେନ୍ଦୁଝର ଜିଲାପାଳଙ୍କୁ ଭେଟି ଜିଲ୍ଲାର ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ କରାଇଛନ୍ତି।ହାଟଡ଼ିହି ବ୍ଲକ ର ବୈତରଣୀ ନଦୀର ଅସମ୍ପୂର୍ଣ୍ଣ ନଦୀବନ୍ଧ ତରଭା-ସମଣା ଏବଂ ରାଘବପୁର ରୁ ବଳିପୁର ଯାଏ ସମ୍ପୂର୍ଣ  କରିବା ଉପରେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ନଦୀବନ୍ଧ ମୁକୁଳା ଯୋଗୁଁ ପ୍ରତିବର୍ଷ ବନ୍ୟାରେ ହାଟଡ଼ିହି ବ୍ଳକର ୯ଟି ପଂଚାୟତରେ ବ୍ୟାପକ କ୍ଷୟକ୍ଷତି ହେଉଥିବା ସମ୍ପର୍କରେ ସୂଚନା ଦେଇଛନ୍ତି।  ସେହିପରି ଆନନ୍ଦପୁର ମୁନିସପାଲଟି ରେ ସର୍ଟଡାଉନ କଟକଣା କୁ କୋହଳ କରିବା ସହ ବ୍ୟାଙ୍କ ଗୁଡିକୁ ପୂର୍ବପରି ଚାଲୁ ରଖିବା ଉପରେ ଆଲୋଚନା କରିଥିଲେ। ସେହିପରି ହାଟଡ଼ିହି  ବ୍ଳକ  ଢେଙ୍କା ନିକଟରେ କେନାଲ ବନ୍ଧରୁ ଚୋରି ହେଉଥିବା ଲକ୍ଷ୍ ଲକ୍ଷ ଟଙ୍କାର ମୋରମ ଚୋରା କାରବାରକୁ ରୋକିବା ଆଦି ବିଷୟ ରେ ଆଲୋଚନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ