କେନ୍ଦ୍ରକୁ ଚିଠି ଲେଖିଲେ ନବୀନ

(ଯୁଗାବ୍ଦ ନ୍ୟୁଜ) କେନ୍ଦ୍ର ବେସମାରିକ ବିମାନ ଚଳାଚଳ ମନ୍ତ୍ରୀ ହରଦିପ ସିଂ ଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଓଡିଶାକୁ ଅନେକ ପରିମାଣରେ ପର୍ଯ୍ୟଟକ ଆସୁଛନ୍ତି , ରାଜ୍ୟରେ ପର୍ପ୍ୟଟନ ଶିଳ୍ପର ବୃଦ୍ଧି କରିବା ଓ ଏହା ସହିତ ଓଡିଶାକୁ ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ସ୍ୱତନ୍ତ୍ର ପରିଚୟ ଦେବା ପାଇଁ ଓଡିଶା ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । ଅନ୍ୟପଟେ ଭୁବନେଶ୍ୱରରୁ ଦୁବାଇ ଓ ମଧ୍ୟ ପ୍ରାଚ୍ୟକୁ ସିଧାସଳଖ ବିମାନ ଚଳାଚଳ କରିବା ପାଇଁ ଏହି ଚିଠିରେ ସେ ସ୍ପଷ୍ଟ ଭାବରେ ଉଲ୍ଲେଖ କରିଛନ୍ତି । ଫଳରେ ଅନେକ ଆନ୍ତର୍ଜାତିକ ଏୟାରଲାଇନସ ଭୁବନେଶ୍ୱର ବିମାନ ବନ୍ଦରରୁ ସିଧା ସଳଖ ଦୁବାଇକୁ ବିମାନ ଚଳାଚଳ ପାଇଁ ଆଗଭର ହେଉଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ