କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ୍
ନୂଆଦିଲ୍ଲୀ: ଭିଡିଓ କମ୍ୟୁନିକେସନ ଆପ ‘ଜୁମ’ର ଅଫିସିଆଲ ଓ ବ୍ୟକ୍ତିଗତ ବ୍ୟବହାରକୁ ନିଷେଧ କରିବା ପାଇଁ ହୋଇଥିବା ପିଟିସନ ନେଇ ଜବାବ ରଖ । ସୁପ୍ରିମକୋର୍ଟ ଶୁକ୍ରବାର କେନ୍ଦ୍ର ସରକାରଙ୍କୁ ଏଭଳି ନୋଟିସ ଦେଇଛନ୍ତି । ଜୁମ ଆପର ଗୋପନୀୟତା ପ୍ରସଙ୍ଗରେ ପ୍ରଧାନ ବିଚାରପତି ଏସ ଏ ବୋବଡେଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କେନ୍ଦ୍ର ସରକାରଙ୍କୁ ଏହି ନୋଟିସ ପଠାଇଛନ୍ତି । ଆଗାମୀ ୪ ସପ୍ତାହ ମଧ୍ୟରେ ଏ ପ୍ରସଙ୍ଗରେ ଜବାବ ରଖିବାକୁ କୋର୍ଟ କହିଛନ୍ତି । ଦିଲ୍ଲୀ ନିବାସୀ ହର୍ଷ ଚୁଗ ସୁପ୍ରିମକୋର୍ଟରେ ଦାଖଲ କରିଥିବା ପିଟିସନରେ କହିଛନ୍ତି, ଏହି ଭିଡିଓ କନଫରେନ୍ସିଂ ଆପ ଯୋଗୁ ଉପଭୋକ୍ତାଙ୍କ ତଥ୍ୟ ଗୋପନୀୟତା ନିୟମର ଉଲ୍ଲଂଘନ ହେଉଛି । ଏପରିକି ଏହା ଦ୍ୱାରା ସାଇବର ଆକ୍ରମଣ ଆଶଙ୍କା ବୃଦ୍ଧି ହେଉଛି । ଏପରିକି ଏହା ଦ୍ୱାରା ସାଇବର ଆକ୍ରମଣ ଆଶଙ୍କା ବୃଦ୍ଧି ହେଉଛି । ଏଣୁ ସରକାର ଏହି ଆପର ବ୍ୟବହାରକୁ ନିଷେଧ ଘୋଷଣା କରିବା ଉଚିତ ।