ରାଜଧାନୀରେ ଖୋଲିଲା ପାର୍କ
ଭୁବନେଶ୍ବର : ଆଜିଠାରୁ ରାଜଧାନୀରେ ପରୀକ୍ଷାମୂଳକ ଭାବେ କିଛି ପ୍ରମୁଖ ପାର୍କ ଖୋଲିଛି । ଆଇଜି, ଫରେଷ୍ଟ ଓ ବୁଦ୍ଧ ପାର୍କ ଆଜିଠୁ ଖୋଲିଛି । ସକାଳ ୭ରୁ ଦିନ ୧୦, ଅପରାହ୍ନ ୪ରୁ ସନ୍ଧ୍ୟା ୬ଟା ଯାଏଁ ପାର୍କ ଖୋଲା ହେଉଛି । ପାର୍କରେ ସାମାଜିକ ଦୂରତ୍ବ ମାନିବା ସହ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ପାର୍କରେ ଛେପ ପକାଇବା, ବ୍ୟାୟାମ ଉପକରଣ ବ୍ୟବହାର କରିବାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । କରୋନା ପାଇଁ ମାର୍ଚ୍ଚ ୨୨ ତାରିଖରୁ ରାଜଧାନୀର ସମସ୍ତ ପାର୍କକୁ ବନ୍ଦ କରାଯାଇଥିଲା । ସୂଚନାଯୋଗ୍ୟ, ଗତ ଦୁଇ ଦିନ ତଳେ ଭାରତର ରାଜଧାନୀ ଦିଲ୍ଲୀରେ ମଧ୍ୟ କିଛି ପାର୍କକୁ ସର୍ତ୍ତମୂଳକ ଖୋଲିବା ନେଇ ଅନୁମତି ମିଳିଛି । ସେଠାରେ ମଧ୍ୟ ମାସ୍କ ଓ ସାମାଜିକ ଦୂରତ୍ବକୁ ବାଧ୍ୟତାମୂଳକ କରାଯାଇଥିଲା । ଦିଲ୍ଲୀଠାରେ ୬୦ ବର୍ଷରୁ ଉର୍ଦ୍ଧ୍ବ ଓ ୧୦ ବର୍ଷ ବୟସ୍କରୁ କମ୍ ବୟସ୍କଙ୍କୁ ଅନୁମତି ଦିଆଯାଇନାହିଁ ।


