କେନ୍ଦ୍ରାପଡ଼ା ପୂର୍ବତନ ସୈନିକ ସଂଘ ପକ୍ଷରୁ ସିକିମରେ ସହୀଦ ସୈନିକଙ୍କୁ ଶ୍ରଦ୍ଧାଞ୍ଜଳି
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡ଼ାର ପୂର୍ବତନ ସୈନିକ ସଂଘ ଆନୁକୂଲ୍ୟରେ ତିନିମୁହାଣୀ ଛକସ୍ଥିତ ସହୀଦ ସ୍ତମ୍ଭରେ ଶୁକ୍ରବାର କ୍ୟାପଟେନ ସୁରେନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ସିକିମରେ ପ୍ରାକୃତିକ ଦୁର୍ବିର୍ପାକରେ ସହୀଦ ହୋଇଥିବା ସହୀଦମାନଙ୍କୁ ଦୀପଦାନ ଏବଂ ପୁଷ୍ପମାଲ୍ୟ ପ୍ରଦାନ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଏଥିସହିତ ଦୁଇ ମିନଟ ନିରବ ପ୍ରାର୍ଥନା ମଧ୍ୟ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ପୂର୍ବତନ ସୈନିକ ଭାଇମାନେ ଉପସ୍ଥିତ ଥିଲେ । ସେମାନଙ୍କ ମଧ୍ୟରେ ସମ୍ପାଦକ ସୁବେଦାର ମେଜର ବୀରବର ପାତ୍ର, ମହେଶ୍ୱର କର, ମାଷ୍ଟ୍ର ଅଫିସର ଶତୃଘନ ଓଝା , କ୍ୟାପଟେନ ଅଭୟ କୁମାର ଲେଙ୍କା, ଅକ୍ଷୟ କୁମାର ସାହୁ, ସୁଶାନ୍ତ ସ୍ୱାଇଁ, ହୃଷିକେଶ ସୁତାର, ପ୍ରଫୁଲ୍ଲ ଉପଧ୍ୟାୟ, ପ୍ରଦୀପ କୁମାର କଣ୍ଠ, ଆଲୋକ ମହାନ୍ତି, ସମାଜସେବୀ ରଞ୍ଜିତ ସିଂ, ତପନ ରାୟ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ସଭାପତି ସହୀଦ ମାନଙ୍କର ଗାଥା ବଖାଣି ଥିଲେ ।