କେନ୍ଦ୍ରାପଡାରୁ ୧୧ କ୍ରୀଡାବିତଙ୍କ ଆନ୍ଧ୍ର ଯାତ୍ରା
କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍): ଆସନ୍ତା ୨୩ତାରିଖରୁ ୨୬ତାରିଖ ପର୍ଯ୍ୟନ୍ତ ଆନ୍ଧ୍ର ପ୍ରଦେଶର ତିରୁପତି ଠାରେ ୧୭ତମ ଜାତୀୟ ଆନ୍ତଃ ଜିଲ୍ଲା ଜୁନିଅର ଆଥଲେଟିକ ପ୍ରତିଯୋଗୀତା ୨୦୧୯ ଆରମ୍ଭ ହେବ । ଏହି ଅବସରରେ ସେଠାରେ ଅନୁଷ୍ଠିତ ହେବାକୁ ଥିବା ୧୦୦ମିଟର, ୨୦୦ମିଟର, ୪୦୦ମିଟର, ୬୦୦ମିଟର ଓ ଏକହଜାର ମିଟର ଦୈାଡ ପ୍ରତିଯୋଗୀତାରେ ଅଂଶଗ୍ରହଣ କରିବାକୁ କେନ୍ଦ୍ରାପଡା ଜିଲ୍ଲାରୁ ୧୧ଜଣ କ୍ରୀଡାବିତକୁ ସାଙ୍ଗରେ ନେଇ ୩ଜଣ ମ୍ୟାନେଜର ବୁଧବାର ତିରୁପତି ଯାତ୍ରା କରିଥିବା ଜଣାପଡିଛି । ସେହି କ୍ରୀଡାବିତମାନେ ହେଲେ କେନ୍ଦ୍ରାପଡା ଷ୍ଟାଣ୍ଡାର୍ଡ ପବ୍ଲିକ ସ୍କୁଲର ଛାତ୍ର ଏମଡି.ୟୁନେଦ ଖାନ, ମୋଜାହିଦ ଖାନ, ସଞ୍ଜିବନୀ ବିଦ୍ୟାମନ୍ଦିରର ଛାତ୍ର ହୋସେନ ଖାନ, ମେହେନ୍ଦିପୁରସ୍ଥିତ ଲାଲବାହାଦୁର ନୋଡାଲ ଉଚ୍ଚଶିକ୍ଷାଶ୍ରମର ଛାତ୍ର ସୈାମ୍ୟରଞ୍ଜନ ରାଉତରାୟ, କେନ୍ଦ୍ରାପଡା ପବ୍ଲିକ ସ୍କୁଲର ଛାତ୍ର ମହେଶ ପ୍ରସାଦ ପଣ୍ଡା, ଦିଲ୍ଲାରପୁରସ୍ଥିତ ମଦ୍ରାସା ଇସଲାମିଆ ଆରାବି ସ୍କୁଲ ଛାତ୍ର ସେକ ଏମଡି.ହାପିଜୁର ରହେମାନ, କେନ୍ଦ୍ରାପଡା ସରକାରୀ ବାଳିକା ବିଦ୍ୟାଳୟର ଛାତ୍ରୀ ସୁହାନା ପରୱିନ, ଦିପ୍ତିମୟୀ ଦାସ, ପରୱାନା ବେଗମ, ଉଷାରାଣୀ ଦାସ, ଫ୍ରେଜର ବାଳିକା ସ୍କୁଲର ଛାତ୍ରୀ ସରିଫା ବେଗମ ଏବଂ ମ୍ୟାନେଜର ମାନେ ହେଲେ ସେକ ସୈାକତ ଖାନ, ବାଳିକା କୋଚ ହାଲିମା ବିବି, ବାଳକ କୋଚ ସେକ ଆବାସ ପ୍ରମୁଖ । କ୍ରୀଡା ପ୍ରତିଯୋଗୀତା ଶେଷ ହେବା ପରେ ସେମାନେ ଆସନ୍ତା ୨୭ତାରିଖରେ ସେଠାରୁ ଫେରିବେ ବୋଲି ମ୍ୟାନେଜର ସୈାକତ ଖାନ ସୂଚନା ଦେଇଛନ୍ତି ।